ପ୍ରମୂଖ ଖବର
  • ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ସମେତ ଶପଥ ନେଲେ ୮ କ୍ୟାବିନେଟ୍‌ ମନ୍ତ୍ରୀ
  • ||
  • ଶପଥ ଗ୍ରହଣ କଲେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
  • ||
  • ଶପଥ ନେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
  • ||
  • ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ଚରଣ ମାଝୀ
  • ||
  • କାଶୀପୁର : କାଶୀପୁରରେ ବ୍ୟାପିଛି ଅଜଣା ରୋଗ, ସପ୍ତାହେ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ
  • ||
  • ଭୁବନେଶ୍ୱର: କୋଣାର୍କ ଶୈଳୀରେ ସଜେଇ ହୋଇଛି ଜନତା ମଇଦାନ, ଭିଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ||
  • ଭୁବନେଶ୍ୱର: ୬ ଥର ବିଧାୟକ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପତ୍ନୀ ବଲାଙ୍ଗିର ସାଂସଦ
  • ||
  • ପୁରୀ : ଜୋରସୋରରେ ଚାଲିଛି ରଥଖଳା କାମ; ସରିଛି ଚକ ଅଖ ଫିଟିଂ, ଆରମ୍ଭ ହୋଇଛି ଧୂଳିଦଣ୍ଡା କାମ
  • ||
  • ଭୁବନେଶ୍ଵର : ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା
  • ||

ଡାକ୍ତରଙ୍କ ଚରମ ଅବହେଳା, ୪ ବର୍ଷୀୟ ଝିଅର ଆଙ୍ଗୁଠି ବଦଳରେ କଲେ ଜିଭ ଅପରେସନ୍

କୋଝିକୋଡା,୧୬।୫:  କେରଳ କୋଝିକାଡ ମେଡିକାଲ କଲେଜରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା। ଜଣେ ୪ ବର୍ଷୀୟ ଝିଅ କିଭଳି ଗୁରୁତର ଚିକିତ୍ସା ଅବହେଳାର ଶିକାର ହୋଇଛି,ତାହା ସମସ୍ତଙ୍କୁ ଚକିତ କରିଛି। ପରିବାର ଲୋକଙ୍କ କହିବା ଅନୁସାରେ,ଝିଅଟିର ହାତରେ ୬ଟି ଆଙ୍ଗୁଳିଥିଲା। ଅଧିକ ଗୋଟିଏ ଆଙ୍ଗୁଠି ଥିବାର ପରିବାର ଲୋକେ ହସ୍ପିଟାଲକୁ ଆଣିଥିଲେ ଅପରେସନ୍ ପାଇଁ, କିନ୍ତୁ ଡାକ୍ତର ଆଙ୍ଗୁଠି ବଦଳରେ ଝିଅଟିର ଜିଭର ଅପରେସନ୍ କରିଦେଲେ।

ଝିଅଟିର ସମ୍ପର୍କୀୟ କହିଛନ୍ତି, ଆମକୁ କୁହାଯାଇଥିଲା ୬ଟି ଆଙ୍ଗୁଠି ଭିତରୁ ଗୋଟିଏକୁ ସର୍ଜରୀ କରି ହଟାଇ ଦିଆଯାଇ ପାରିବ, ତେଣୁ ଆମେ ରାଜି ହୋଇଗଲୁ। ଅଳ୍ପ ସମୟ ପରେ ଯେତେବେଳେ ଝିଅକୁ ଅଣାଗଲା ଆମେ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲୁ, କାରଣ ପାଟିରେ ପ୍ଲାଷ୍ଟର ଲାଗିଥିଲା। ଆମେ ଜାଣି ପାରିଲୁନି କ’ଣ ହୋଇଛି ? ଯେତେବେଳେ ଆମେ ତା’ର ହାତକୁ ଦେଖିଥିଲୁ ୬ଟି ଆଙ୍ଗୁଠି ଥିଲା।

ଏ ବିଷୟରେ ଯେତେବେଳେ ନର୍ସଙ୍କୁ ପଚରାଗଲା ସେ ଏହା ଶୁଣି ହସିଥିଲେ। ଆମକୁ କହିଥିଲେ ଝିଅଟିର ଜିଭରେ ସମସ୍ୟା ଥିଲା, ଆଉ ଆମେ ଏହାକୁ ଠିକ୍ କରିଦେଇଛୁ। ପରେ ଡାକ୍ତର ନିଜର ଭୁଲ ବୁଝିପାରି କ୍ଷମା ମାଗିଥିଲେ। ଏହାପରେ କହିଥିଲେ, ଆଙ୍ଗୁଠିର ସର୍ଜରୀ ହେବ ଓ ଏହାପରେ ଝିଅକୁ ନେଇକି ଯାଇଥିଲେ।

ଏଭଳି ସମ୍ବେଦନଶୀଳ ମାମଲା ସାମନାକୁ ଆସିବା ପରେ ଅଧିକାରୀମାନେ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ତେବେ ଏହି ହସ୍ପିଟାଲରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୩୦ ବର୍ଷୀୟ ଜଣେ ମହିଳା ମଧ୍ୟ ଡାକ୍ତରଙ୍କ ଅବହେଳାର ଶିକାର ହୋଇଛନ୍ତି।  ତାଙ୍କର ସିଜରିଆନ୍ ବେଳେ ଡାକ୍ତରମାନେ ପେଟ ଭିତରେ କଇଁଞ୍ଚି ଭୁଲରେ ଛାଡି ଦେଇଥିଲେ। ମହିଳାଙ୍କ ପେଟରେ ଯନ୍ତ୍ରଣା ହେବାପରେ ଡାକ୍ତରଙ୍କ ଅବହେଳା ଜଣାପଡିଥିଲା। ଦୋଷୀ ଷ୍ଟାଫ୍‌ଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.