ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ପଓ୍ବନ କଲ୍ୟାଣଙ୍କ ବୈବାହିକ ଜୀବନ ଏମିତି, ପ୍ରଥମପତ୍ନୀ ଆଣିଥିଲେ ପ୍ରତାରଣା ଅଭିଯୋଗ, ଛାଡପତ୍ରରେ ଦେବାକୁ ପଡିଥିଲା…

ନୂଆଦିଲ୍ଲୀ: ସାଉଥ୍ ଅଭିନେତା ପୱନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ହୋଇଛନ୍ତି । ଦୁଇଥର ନିର୍ବାଚନରେ ହାରିଯିବା ପରେ ସେ ଏଥର ଆନ୍ଧ୍ରପ୍ରଦେଶର ପୀଠପୁରମରୁ ନିର୍ବାଚନରେ ଜିତିବାରେ ସଫଳ ହୋଇଥିଲେ । ଅଭିନୟ ଏବଂ ରାଜନୀତି ବ୍ୟତୀତ ପୱନ କଲ୍ୟାଣ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ବେସ୍ ଚର୍ଚ୍ଚାରେ ରହିଥାନ୍ତି । ଏହାରି ଭିତରେ ସବୁଠାରୁ ବଡକଥା ହେଉଛି, ଏହି ଅଭିନେତା ଥରେ କି ଦୁଇ ଥର ନୁହେଁ ବରଂ ତିନିଥର ବିବାହ କରିଛନ୍ତି।

ଡିଏନ୍ଏ ରିପୋର୍ଟ ଅନୁଯାୟୀ, ପୱନ କଲ୍ୟାଣ ଫିଲ୍ମ ଦୁନିଆରେ ପ୍ରବେଶ କରିବାର ଏକ ବର୍ଷ ପରେ ୧୯୯୭ ରେ ନନ୍ଦିନୀଙ୍କୁ ବିବାହ କରିଥିଲେ । ବିବାହ ପରେ ସଙ୍ଗେ ସଙ୍ଗେ ପୱନ କଲ୍ୟାଣ ନନ୍ଦିନୀଙ୍କୁ ତାଙ୍କ ଘରୁ ବାହାର କରିଥିବା ଅଭିଯୋଗ ହୋଇଥିଲା ।  ୨୦୦୧ ମସିହାରୁ ନନ୍ଦିନୀ ଏବଂ ପୱନ କଲ୍ୟାଣ ଅଲଗା ରହିବା ଆରମ୍ଭ କରିଥିଲେ।

ନନ୍ଦିନୀ ୨୦୦୭ ମସିହାରେ ପୱନ କଲ୍ୟାଣଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ। ଏଥିରେ ପଓ୍ବନ କଲ୍ୟାଣ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ଦ୍ୱିତୀୟ ଥର ବିବାହ କରିଥିବା ଅଭିଯୋଗ କରିଥିଲେ । ଆଉ ଏହି ସମୟରେ ପୱନ ସ୍ପଷ୍ଟ ଭାବରେ ସ୍ୱୀକାର କରିଥିଲେ ଯେ, ସେ ଏବଂ ରେଣୁ ଏକ ଲିଭ-ଇନ୍ ସମ୍ପର୍କରେ ରହୁଛନ୍ତି । ଏହାପରେ ୨୦୦୮ ମସିହାରେ ପୱନ କଲ୍ୟାଣ ଏବଂ ନନ୍ଦିନୀ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ଆଉ ଏଥିପାଇଁ ଅଭିନେତାଙ୍କୁ ତାଙ୍କ ପ୍ରଥମ ପତ୍ନୀଙ୍କୁ କ୍ଷତିପୂରଣ ବାବଦରେ ୫ କୋଟି ଟଙ୍କା ଦେବାକୁ ପଡିଥିଲା ।

ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ନେବା ପରେ ପୱନ କଲ୍ୟାଣ ରେଣୁ ଦେଶାଇଙ୍କୁ ୨୦୦୯ ମସିହାରେ ବିବାହ କରିଥିଲେ ।ତେବେ ବିବାହର ତିନି ବର୍ଷ ପରେ ସେମାନଙ୍କର ୨୦୧୨ ରେ ଛାଡପତ୍ର ହୋଇଥିଲା । ରିପୋର୍ଟ ଅନୁଯାୟୀ ଏହି ଦମ୍ପତିଙ୍କର ଗୋଟିଏ ଝିଅ ଅକିରା ନନ୍ଦନ ଏବଂ ଗୋଟିଏ ପୁଅ ଆଧ୍ୟା ନନ୍ଦନ ମଧ୍ୟ ଅଛନ୍ତି । ଏହାପରେ ୨୦୧୩ ମସିହାରେ ପୱନ କଲ୍ୟାଣ ରୁଷର ମଡେଲ ଆନ୍ନା ଲେଝାନଭାଙ୍କୁ ତୃତୀୟ ଥର ବିବାହ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.