ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶାହରୁଖ ଖାନଙ୍କୁ ୟୁନିକ୍‌ କରିଛି ଏହି ଜିନିଷ , ତାଙ୍କୁ ସହଜରେ ମିଳି ନଥିଲା ‘କିଙ୍ଗ୍‌ ଅଫ୍‌ ବଲିଉଡ୍‌’ର ଟ୍ୟାଗ୍

ମୁମ୍ୱାଇ : ବଲିଉଡରେ ଶାହରୁଖ ଖାନଙ୍କର ପ୍ରଥମ ଫିଲ୍ମ (ଦିୱାନା) ୧୯୯୨ ମସିହାରେ ଆସିଥିଲା। ଅର୍ଥାତ୍ ଗତ ପାଖାପାଖି ୩୨ ବର୍ଷରୁ ଶାହରୁଖ ଖାନ ସିନେମା ଜଗତରେ ସକ୍ରିୟ ଅଛନ୍ତି ଏବଂ ଲଗାତାର ନିଜର ପ୍ରଶଂସକଙ୍କୁ ଏଣ୍ଟରଟେନ କରୁଛନ୍ତି। କେବଳ ଭାରତ ହିଁ ନୁହେଁ , , ପୂରା ଦୁନିଆର ଲୋକେ ଶାହରୁଖ ଖାନଙ୍କୁ ଜାଣନ୍ତି। ଶାହରୁଖ ଖାନ୍‌ ଆକ୍ଟିଂ ବ୍ୟତୀତ ପ୍ରଡକ୍ସନ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟରେ ଫିଲ୍ମ କରି ଥାନ୍ତି ଏବଂ ଅନେକ ପ୍ରକାରର ଚ୍ୟାରିଟି ମଧ୍ୟ କରିଥାନ୍ତି। ଶାହରୁଖ ଖାନଙ୍କୁ ଲୋକେ ତାଙ୍କ କାମ ବ୍ୟତୀତ ମଧ୍ୟ ଅନେକ କାରଣରୁ ପସନ୍ଦ କରିଥାନ୍ତି , ତ ଆସନ୍ତୁ ଜାଣିବା ଶାହରୁଖ ଖାନଙ୍କ ବିଷୟରେ କିଛି ଏମିତି କଥା, ଯାହା ତାଙ୍କୁ ବଲିଉଡ୍‌ର ବାଦଶାହ ଭାବେ ଗଢି ତୋଳିଛି। 

ଅନେକ ଦଶକରୁ ଇଣ୍ଡଷ୍ଟ୍ରୀରେ କରୁଛନ୍ତି ରାଜୁତି – ଶାହରୁଖ ଖାନ ଗତ ଅନେକ ଦଶକରୁ ନିଜର ପ୍ରଶଂସକଙ୍କୁ ଏଣ୍ଟରଟେନ୍‌ କରୁଛନ୍ତି। ବିନା କୌଣସି ଗଡଫାଦରରେ , ଦୂରଦର୍ଶନ ଚ୍ୟାନେଲରୁ କ୍ୟାରିୟର ଆରମ୍ଭ କରିବା ପରେ ଶାହରୁଖ ଖାନ ଆଜି ସୁଦ୍ଧା ସିନେମା ଇଣ୍ଡଷ୍ଟ୍ରୀରେ ତିଷ୍ଠି ରହିଛନ୍ତି। ଯେଉଁଠି ଆଜିର ସମୟରେ ଆକ୍ଟରମାନେ କିଛି ମାତ୍ରାରେ ସଫଳତା ପାଇବା ପରେ ଉଡ଼ିବାକୁ ଲାଗନ୍ତି ଏବଂ ହଲିଉଡ୍‌ ମୁହାଁ ହେବାକୁ ବି ବିଚାର କରନ୍ତି , ସେଠାରେ ଶାହରୁଖ ଖାନ୍‌ ଏତେ ସଫଳ ହେବା ସତ୍ତ୍ୱେ ଗ୍ରାଉଣ୍ଡେଡ୍‌ ରହି ନିଜ ଦେଶର ମାଟିକୁ ଖୁବ୍ ଭଲ ପାଇବା ଜାରି ରଖିଛନ୍ତି।  

ରୋମାନ୍ସ ମାମଲାରେ କୌଣସି ତୁଳନା ନାହିଁ – ଶାହରୁଖ ଖାନଙ୍କୁ ପ୍ରଶଂସା କରୁଥିବା ଲୋକେ ତାଙ୍କ ବିଷୟରେ କୁହନ୍ତି ଯେ, ସେ ଲୋକଙ୍କୁ ପ୍ରେମ କରିବା ଶିଖାଇଛନ୍ତି। ଶାହରୁଖ ଖାନ ନିଜର ଏତେ ଲମ୍ୱା କ୍ୟାରିୟରରେ ଅନେକ ରୋମାଣ୍ଟିକ ଫିଲ୍ମ କରିଛନ୍ତି , ଯାହା କି ସୁପରହିଟ୍‌ ରହିଛି। ଶାହରୁଖ ଖାନ ଯେଉଁଭଳି ପ୍ରେମ ଓ ରୋମାନ୍ସରେ ପୂର୍ଣ୍ଣ ଦୃଶ୍ୟକୁ ପରଦାକୁ ଆଣିଥାନ୍ତି , ସେହି କାରଣରୁ ତାଙ୍କୁ ଲୋକେ କିଙ୍ଗ୍‌ ଅଫ୍‌ ରୋମାନ୍ସର ଟ୍ୟାଗ୍‌ ଦେଇଛନ୍ତି, ଯାହାକି ଏବେସୁଦ୍ଧା ଚାଲି ଆସିଛି। ଶାହରୁଖ ରୋମାଣ୍ଟିକ ସିକ୍ୱେନ୍ସକୁ ଖୁବ୍‌ ସୁନ୍ଦର ଭାବେ ପ୍ରଦର୍ଶନ କରିଥାନ୍ତି। ହେଲେ ଗତ କିଛି ଦିନ ହେବ ସେ ରୋମାନ୍ସରୁ ଆକ୍ସନକୁ ସ୍ୱିଚ୍‌ କରିଛନ୍ତି।

ବକ୍ସ ଅଫିସରେ ଶାହରୁଖଙ୍କର ପାୱାର – 

ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏତେ ଦୀର୍ଘ ସମୟ ଧରି ତିଷ୍ଠି ରହିବା ସେତେ ସହଜ ହୋଇ ନଥାଏ। ଶାହରୁଖ ଖାନ କେବଳ ନିଜକୁ ପ୍ରତିଥର ସାବ୍ୟସ୍ତ କରି ନାହାନ୍ତି ଏହାସହ ବକ୍ସ ଅଫିସରେ ତାଙ୍କର ଆସିବା ଫିଲ୍ମ ହିଟ୍‌ ହେବାର ଗ୍ୟାରେଣ୍ଟି ଭାବେ ଧରାଯାଇଛି। ଏହି କାରଣ ଥିଲା କି ପ୍ରଡ୍ୟୁସରମାନେ ଉଚ୍ଚ ଅର୍ଥ ଦେଇ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହିଁ ଥାନ୍ତି। ମଝିରେ ଶାହରୁଖଙ୍କ କ୍ୟାରିୟର ଯେବେ ଟିକେ ଥମିଗଲା ତ ସେ କିଛି ବର୍ଷ ପାଇଁ କ୍ୟାମେରା ସାମ୍ନାକୁ ଅଦୃଶ୍ୟ ହୋଇ ଗଲେ, କିନ୍ତୁ ପୁଣି ଥରେ ଦମଦାର ଅନ୍ଦାଜରେ ବ୍ୟାକ୍‌ ଟୁ ବ୍ୟାକ୍‌ ବ୍ଲକବଷ୍ଟର ଦେଇ ସେ ନିଜକୁ ସାବ୍ୟସ୍ତ କରିଛନ୍ତି ଏବଂ ଏବେ ବି ତିଷ୍ଠି ରହିଛନ୍ତି। 

ଶାହରୁଖ ଖାନଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ବିଶ୍ୱସ୍ତରୀୟ – ଶାହରୁଖ ଖାନଙ୍କୁ କେବଳ ଭାରତ ନୁହେଁ ବରଂ ସାରା ଦୁନିଆର ଲୋକେ ଭଲପାଆନ୍ତି। ଏମିତି ହିଁ କଥା ଅଛି , ଯେବେ ଲୋକେ ଶାହରୁଖ ଖାନଙ୍କ କାରଣରୁ ବିଦେଶରେ ସାହାଯ୍ୟ ପାଇବାରେ ସଫଳ ହୁଅନ୍ତି। ଶାହରୁଖ ଖାନଙ୍କ ଏହି ଫ୍ୟାନ ଫଲୋଇଙ୍ଗ ତାଙ୍କର ପ୍ରଶଂସକଙ୍କୁ ପରସ୍ପର ଭିତରେ କନେକ୍ଟ କରିଥାଏ। ଶାହରୁଖ ଖାନଙ୍କର ଫିଲ୍ମକୁ ଭାରତ ବ୍ୟତୀତ ଆରବ ଦେଶରେ ମଧ୍ୟ ରିଲିଜ୍‌ କରାଯାଇ ଯାଏ ଏବଂ ସେଠାରେ ବି ଲୋକେ ତାଙ୍କର ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରି ଥାନ୍ତି।

ଶାହରୁଖଙ୍କ ଚାର୍ମର କୌଣସି ତୁଳନା ନାହିଁ –

ଶାହରୁଖ ଖାନଙ୍କ ଚାର୍ମିଂ ହେବା ତାଙ୍କ ପାଇଁ ସବୁଠୁ ବଡ଼ ପ୍ଲସ୍‌ ପଏଣ୍ଟ ଭାବେ ମନେକରା ଯାଏ। ସେ ପରଦାରେ ଯେମିତିକା ବି ଚରିତ୍ର କରନ୍ତୁ , କିନ୍ତୁ ରିୟଲ ଲାଇଫ୍‌ରେ ତାଙ୍କର ବ୍ୟବହାର ସମସ୍ତଙ୍କ ସହ ଭଲ ହୋଇ ଥାଏ। ଶାହରୁଖ ଖାନଙ୍କର ଟିମ୍‌ରେ କାମ କରୁଥିବା ଲୋକେ ଅନେକ ଥର ତାଙ୍କ ବିଷୟରେ କହିଥାନ୍ତି, କେମିତି ଶାହରୁଖ କୌଣସି ଭୁଲ କଲେ ଖୁବ୍‌ ଶାଳିନତାର ସହ ସମ୍ମତି ଜଣାଇ ଥାନ୍ତି ଏବଂ ମହିଳାଙ୍କର ଖୁବ୍‌ ଇଜ୍ଜତ କରିଥାନ୍ତି। ଶାହରୁଖ ଖାନ ଅନେକ ଥର ଷ୍ଟେଜ୍‌ରେ କିଛି ଏମିତି କ୍ୟୁଟ୍‌ ଜେଶ୍ଚର କରିଥାନ୍ତି , ଯାହାକି ତାଙ୍କର ଫଟୋ ଓ କ୍ଲିପ୍ସ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.