ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଅଖିଳେଶ ଏବଂ ଜୀତିନ ପ୍ରସାଦଙ୍କ ପରେ ଆଉ କେଉଁ ନେତା ଦେବେ ଇସ୍ତଫା ?

Image Courtesy: Social Media

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ଅନେକ ବିଧାୟକ ବିଜୟୀ ହୋଇଛନ୍ତି । ଏବେ ସେମାନେ ବିଧାୟକ ପଦରୁ ଇସ୍ତଫା ଦେବେ । ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ବୁଧବାର ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି । ସେ କନୌଜ ଲୋକସଭା ଆସନରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି । ତାଙ୍କ ପୂର୍ବରୁ ବିଜେପି ସାଂସଦ ଜୀତିନ ପ୍ରସାଦ ଏବଂ ଏସପି ନେତା ଅବଧେଶ ପ୍ରସାଦ ଇସ୍ତଫା ଦେଇଥିଲେ । ଏମାନଙ୍କ ବ୍ୟତୀତ ଉତ୍ତରପ୍ରଦେଶରେ ଅନ୍ୟ ୭ ଜଣ ବିଧାୟକ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।

ବିଜେପିର ଜୀତିନ ପ୍ରସାଦ ଉତ୍ତରପ୍ରଦେଶ ସରକାରରେ  ପୂର୍ତ୍ତ ମନ୍ତ୍ରୀ ଥିଲେ । କିନ୍ତୁ ଏବେ ସେ ମୋଦୀ ୩.୦ କ୍ୟାବିନେଟରେ ବାଣିଜ୍ୟ-ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି । ସେହିଭଳି ଅବଦେଶ ପ୍ରସାଦ ଫୈଜାବାଦର ମିଲ୍କିପୁରରୁ ଇସ୍ତଫା ଦେଇଛନ୍ତି । ସେ ଫୈଜାବାଦ  ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଜିତିଛନ୍ତି । 

ତାଙ୍କ ବ୍ୟତୀତ ଆମ୍ବେଦକର ନଗରର କଟେହରୀ ବିଧାନସଭା ଆସନରୁ ଏସପି ବିଧାୟକ ଲାଲଜୀ ବର୍ମା, ଅଲିଗଡ଼ର ଖୈର ଆସନରୁ ବିଜେପି ବିଧାୟକ ପ୍ରବୀଣ ପଟେଲ, ମିର୍ଜାପୁର ଜିଲ୍ଲାର ମଝବାରୁ ବିଧାୟକ ବିନୋଦ କୁମାର ବିନ୍ଦ, ମୁରାଦାବାଦର କୁନ୍ଦରକୀ ବିଧାନସଭାର ଏସପି ବିଧାୟକ  ଜିୟାଉର ରହମାନ ବର୍କ, ଗାଜିଆବାଦ ବିଧାନସଭା କ୍ଷେତ୍ରର ବିଧାୟକ ଅତୁଲ ଗର୍ଗ, ଫୁଲପୁରରୁ ବିଜେପି ବିଧାୟକ ପ୍ରବୀଣ ପଟେଲ ଏବଂ ମୀରାପୁରର ଆରଏଲଡି ବିଧାୟକ ଚନ୍ଦନ ଚୌହାନ ମଧ୍ୟ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି । 

ସେହିଭଳି କଂଗ୍ରେସର ବିଧାୟକ ରକୀବୁଲ ହୁସୈନ ଲୋକସଭା ନିର୍ବାଚନରେ ବୃହତ୍ତ ବିଜୟ ହାସଲ କରିବା ପରେ ୫ ଥର ବିଧାୟକ ଥିବା ସମାଗୁଡ଼ି ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି । ୨୦୨୪ ନିର୍ବାଚନରେ କଂଗ୍ରେସ ତାଙ୍କୁ ଧୁବରୀ ଆସନରୁ ପ୍ରାର୍ଥୀ କରିଥିଲା ।  

ପଞ୍ଜାବରେ ଲୋକସଭା ନିର୍ବାଚନ ଜିତିଥିବା ୪ ବିଧାୟକ ଇସ୍ତଫା ଦେବେ । ସେମାନଙ୍କୁ ଜୁନ୍ ୨୦ ସୁଦ୍ଧା ଇସ୍ତଫା ଦେବାକୁ ହେବ । ମହାରାଷ୍ଟ୍ରରେ ୧୩ ବିଧାୟକ ଲୋକସଭା ନିର୍ବାଚନ ଲଢ଼ିଥିଲେ । ସେମାନଙ୍କ ମଧ୍ୟରୁ କେବଳ ୭ ଜଣ ବିଜୟୀ ହୋଇଛନ୍ତି । ବିଜୟୀଙ୍କ ମଧ୍ୟରେ କଂଗ୍ରେସର ୫ ଏବଂ ଏକନାଥ ସିନ୍ଦେଙ୍କ ଶିସେନାର ୨ ନେତା ସାମିଲ । ଅନ୍ୟ ଜଣେ ବିଧାୟକ (ନବିନିର୍ବାଚିତ ସାଂସଦ) ମହାରାଷ୍ଟ୍ରରେ ମନ୍ତ୍ରୀ ରହିଛନ୍ତି । 


 

  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.