ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପୋଖରୀ ଖୋଳାବେଳେ ବାହାରିଲା ୯ମ ଶତାବ୍ଦୀର ଜୈନ ମୂର୍ତ୍ତି

Published By : Harapriya Sethi | April 19, 2025 12:39 PM

ଆନନ୍ଦପୁର, ୧୯/୦୪: ପୋଖରୀ ଖୋଳିବା ସମୟରେ ବାହାରିଲା ଜୈନ ମୂର୍ତ୍ତି । ଆନନ୍ଦପୁର ଉପଖଣ୍ଡ ଫକିରପୁର ବାଲପଡା ସାହି ଠାରେ ଜେସିବି ଯୋଗେ ପୋଖରୀ ଖୋଳା ଚାଲିଥିବା ସମୟରେ ମାଟିତଳୁ ବାହାରିଲା ଜୈନ ମୂର୍ତ୍ତିି । ଏହାପରେ ପୋଖରୀ ଖୋଳାକୁ ବନ୍ଦ ରଖିଛନ୍ତି ଜମି ମାଲିକ ରଞ୍ଜନ କୁମାର ରାଉତ ।


୩ଫୁଟ୍ ଉଚ୍ଚ ଓ ଦେଢପୁଟ ଓଷାର ଏହି ମୂର୍ତ୍ତିଟି ୯ମ ଶତାବ୍ଦୀର ହୋଇଥିବା ଜଣାପଡ଼ିଛି । ଏହି ମୂର୍ତ୍ତିଟି ୨୪ତମ ଜୈନ ତୀର୍ଥଙ୍କର ବର୍ଦ୍ଧମାନ ମହାବୀରଙ୍କ ମୂର୍ତ୍ତି ହୋଇଥିବା ଗବେଷକ କହିଛନ୍ତି  ା ମୂର୍ତିଟିକୁ ଗାଁ ଗ୍ରାମବାସୀ ମାନେ ନୀଳମାଧବଙ୍କ ମଣ୍ଡପଠାରେ ରଖିଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.