ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ଼ ଧରଣର ପରାଜୟ ପରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ପାଇଁ, ଏବେ ମଧ୍ୟପ୍ରଦେଶରୁ ମଧ୍ୟ ଏକ ଖରାପ ଖବର ସାମନାକୁ ଆସିଛି। ସୂଚନା ଆଧାରରେ,ମଧ୍ୟପ୍ରଦେଶର ଭୋପାଳରେ ଥିବା ଆମ୍‌ ଆଦମୀ ପାର୍ଟି ଅଫିସରେ ତାଲା ପଡ଼ିଛି। ସୂଚନା ମୁତାବିକ, ପାର୍ଟି ଏଠାରେ ତିନି ମାସରୁ ଅଫିସର ଭଡ଼ା ଦିଆ ଯାଇ ନଥିଲା, ଏହା ପରେ ଏଠାରେ ତାଲା ପଡ଼ି ଯାଇଛି। ଏହାସହ ଏହା ମଧ୍ୟ କୁହାଯାଉଛି ଯେ , ଭଡ଼ା ସହ ୬ ମାସର ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଭରା ଯାଇ ନାହିଁ। 

ଏନଡିଟିଭିର ରିପୋର୍ଟ ମୁତାବିକ, ୩ ମାସରେ ୬୦ ହଜାର ଟଙ୍କା ପାଖାପାଖା ଭଡ଼ା ସଂଗ୍ରହ ହୋଇ ଥିଲା। ଏହା ବ୍ୟତୀତ ୬ ମାସରୁ ବିଦ୍ୟୁତ୍‌ର ବିଲ୍‌ ଭରି ନଥିଲେ, ଯାହା ପାଖାପାଖି ୧୨ରୁ ୧୩ ହଜାର ଟଙ୍କା ଥିଲା। ଅଭିଯୋଗ ଏହା ମଧ୍ୟ ଅଛି ଯେ,ଯେବେ ଏହି ମାମଲାରେ କଥାବାର୍ତ୍ତା କରିବା ପାଇଁ ପାର୍ଟି ଅଫିସ ଫୋନ୍‌ କରାଯାଉ ଥିଲା, ସେତେବେଳେ ଧମକ ଦିଆଯାଉ ଥିଲା , ନୁହେଁ ତ ଫୋନ୍‌ ଉଠା ଯାଉ ନଥିଲା। 

ରିପୋର୍ଟ ମୁତାବିକ୍‌ , ବିଲ୍ଡିଂର କେୟାରଟେକର ବିବେକ ଗଙ୍ଗଲାନୀ କହିଛନ୍ତି ଯେ, ପାର୍ଟିରୁ ଭଡ଼ା ଓ ବିଦ୍ୟୁତ୍‌ର ବିଲ୍‌ ମଗା ଯାଉ ଥିଲା , ହେଲେ ସେମାନେ ଧମକ ଦେଉ ଥିଲେ। କେୟାର ଟେକର କହିଛନ୍ତି ଯେ, ଆମେ ସେଟଲମେଣ୍ଟର କଥା ମଧ୍ୟ ହୋଇଥିଲୁ , କିନ୍ତୁ ପାର୍ଟି ଲୋକ ମାନିଲେ ନାହିଁ , ଏହାପରେ ଏବେ ଆମେ ଏହି ପଦକ୍ଷେପ ନେଇଛୁ। 

କେୟାରଟେକର ଆହୁରି କହିଛନ୍ତି , ପାର୍ଟିରୁ ଡିପୋଜିଟ୍‌ ଟଙ୍କା ନିଆ ଯାଉ ଥିଲା, କିନ୍ତୁ ତାହା ମୋ ପାଖରେ ପହଞ୍ଚୁ ନଥିଲା। ଏହା ବ୍ୟତୀତ ୨ମାସର ଭଡ଼ା ମଧ୍ୟ ଖୁବ୍‌ ମୁସ୍କିଲରେ ମିଳିଲା। ଫୋନ୍‌ କଲେ କୌଣସି ପ୍ରତିକ୍ରିୟା ଆସେ ନାହିଁ। ଏପଟେ ପାର୍ଟି ପକ୍ଷରୁ ମିଡ଼ିଆ ୱିଙ୍ଗ୍‌ ସହ ସଂପୃକ୍ତ ଜଣେ ପଦାଧିକାରୀ କହିଛନ୍ତି , ଭଡା ରାଶି ଓ ସମୟ କିଛି ଅଧିକ ନାହିଁ। ଉକ୍ତ ମାମଲାକୁ ବିନା କାରଣରେ ବଢାଇ ଚଢାଇ କୁହା ଯାଉଛି।