ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ତିନି ମାସର ଦିଆ ଯାଇନି ଭଡ଼ା , ଭୋପାଳରେ ଆପ୍‌ ଅଫିସରେ ପଡ଼ିଲା ତାଲା

Published By : Prameya | March 1, 2025 4:26 PM

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ଼ ଧରଣର ପରାଜୟ ପରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ପାଇଁ, ଏବେ ମଧ୍ୟପ୍ରଦେଶରୁ ମଧ୍ୟ ଏକ ଖରାପ ଖବର ସାମନାକୁ ଆସିଛି। ସୂଚନା ଆଧାରରେ,ମଧ୍ୟପ୍ରଦେଶର ଭୋପାଳରେ ଥିବା ଆମ୍‌ ଆଦମୀ ପାର୍ଟି ଅଫିସରେ ତାଲା ପଡ଼ିଛି। ସୂଚନା ମୁତାବିକ, ପାର୍ଟି ଏଠାରେ ତିନି ମାସରୁ ଅଫିସର ଭଡ଼ା ଦିଆ ଯାଇ ନଥିଲା, ଏହା ପରେ ଏଠାରେ ତାଲା ପଡ଼ି ଯାଇଛି। ଏହାସହ ଏହା ମଧ୍ୟ କୁହାଯାଉଛି ଯେ , ଭଡ଼ା ସହ ୬ ମାସର ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଭରା ଯାଇ ନାହିଁ। 

ଏନଡିଟିଭିର ରିପୋର୍ଟ ମୁତାବିକ, ୩ ମାସରେ ୬୦ ହଜାର ଟଙ୍କା ପାଖାପାଖା ଭଡ଼ା ସଂଗ୍ରହ ହୋଇ ଥିଲା। ଏହା ବ୍ୟତୀତ ୬ ମାସରୁ ବିଦ୍ୟୁତ୍‌ର ବିଲ୍‌ ଭରି ନଥିଲେ, ଯାହା ପାଖାପାଖି ୧୨ରୁ ୧୩ ହଜାର ଟଙ୍କା ଥିଲା। ଅଭିଯୋଗ ଏହା ମଧ୍ୟ ଅଛି ଯେ,ଯେବେ ଏହି ମାମଲାରେ କଥାବାର୍ତ୍ତା କରିବା ପାଇଁ ପାର୍ଟି ଅଫିସ ଫୋନ୍‌ କରାଯାଉ ଥିଲା, ସେତେବେଳେ ଧମକ ଦିଆଯାଉ ଥିଲା , ନୁହେଁ ତ ଫୋନ୍‌ ଉଠା ଯାଉ ନଥିଲା। 

ରିପୋର୍ଟ ମୁତାବିକ୍‌ , ବିଲ୍ଡିଂର କେୟାରଟେକର ବିବେକ ଗଙ୍ଗଲାନୀ କହିଛନ୍ତି ଯେ, ପାର୍ଟିରୁ ଭଡ଼ା ଓ ବିଦ୍ୟୁତ୍‌ର ବିଲ୍‌ ମଗା ଯାଉ ଥିଲା , ହେଲେ ସେମାନେ ଧମକ ଦେଉ ଥିଲେ। କେୟାର ଟେକର କହିଛନ୍ତି ଯେ, ଆମେ ସେଟଲମେଣ୍ଟର କଥା ମଧ୍ୟ ହୋଇଥିଲୁ , କିନ୍ତୁ ପାର୍ଟି ଲୋକ ମାନିଲେ ନାହିଁ , ଏହାପରେ ଏବେ ଆମେ ଏହି ପଦକ୍ଷେପ ନେଇଛୁ। 

କେୟାରଟେକର ଆହୁରି କହିଛନ୍ତି , ପାର୍ଟିରୁ ଡିପୋଜିଟ୍‌ ଟଙ୍କା ନିଆ ଯାଉ ଥିଲା, କିନ୍ତୁ ତାହା ମୋ ପାଖରେ ପହଞ୍ଚୁ ନଥିଲା। ଏହା ବ୍ୟତୀତ ୨ମାସର ଭଡ଼ା ମଧ୍ୟ ଖୁବ୍‌ ମୁସ୍କିଲରେ ମିଳିଲା। ଫୋନ୍‌ କଲେ କୌଣସି ପ୍ରତିକ୍ରିୟା ଆସେ ନାହିଁ। ଏପଟେ ପାର୍ଟି ପକ୍ଷରୁ ମିଡ଼ିଆ ୱିଙ୍ଗ୍‌ ସହ ସଂପୃକ୍ତ ଜଣେ ପଦାଧିକାରୀ କହିଛନ୍ତି , ଭଡା ରାଶି ଓ ସମୟ କିଛି ଅଧିକ ନାହିଁ। ଉକ୍ତ ମାମଲାକୁ ବିନା କାରଣରେ ବଢାଇ ଚଢାଇ କୁହା ଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.