ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ, ଫେବୃଆରୀ ୨ ରୁ ଅନଲାଇନରେ ମିଳିବ ଟିକେଟ

Published By : Suraj Kumar | February 1, 2025 6:14 PM

କଟକ, ୧।୨ : ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ ଆସନ୍ତା  ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦିନିକିଆ ମ୍ୟାଚ ପାଇଁ ଫେବୃଆରୀ ୨ ଅର୍ଥାତ ଆସନ୍ତାକାଲିଠାରୁ ଅନଲାଇନରେ  ଟିକେଟ ବିକ୍ରି ହେବ  ।  ଆସନ୍ତାକାଲି ଅପରାହ୍ନ ୪ଟାରୁ ଅନଲାଇନରେ ମିଳିଵ ଟିକେଟ ।  District.in ଓ୍ବେଵସାଇଟରେ ଵୁକ କରିହେବ ଟିକେଟ । ସେହିପରି Insider.inରେ ମଧ୍ୟ ଵୁକ କରିହେବ ଟିକେଟ । Insider.inରେ କ୍ଲିକ୍ କଲେ District App କୁ ରିଡାଇରେକ୍ଟ ହେବ  । District App ରେ 'ବୁକ୍ ଟିକେଟ ' ବଟନରେ କ୍ଲିକ କଲେ ଵୁକ୍ ହେଵ ଟିକେଟ  । ଅନଲାଇନରେ ୪ହଜାର ଟିକେଟ ବିକ୍ରି ହେବ । 

ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ଫେବ୍ରୁଆରୀ ୯ତାରିଖରେ  ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଦର୍ଶକଙ୍କ   ସୁବିଧାକୁ ଗୁରୁତ୍ୱ ଦେଇ ଚଳିତ ଥର ଓଡ଼ିଶା   କ୍ରିକେଟ ଆସୋସିଏସନ (ଓସିଏ) କେତେକ ନୂଆ ପଦକ୍ଷେପ ନେବାକୁ ଯାଉଛି । ପ୍ରଥମଥର  ପ୍ରତ୍ୟେକ ସିଟ୍‌ରେ ରେଡିୟମ ଷ୍ଟିକର୍‌ ଲାଗିବ । ଏଥିରେ ନମ୍ବର ଲେଖାଯିବ । ସନ୍ଧ୍ୟା ହେବା ପରେ ପ୍ରତ୍ୟେକ ସିଟ୍‌ ସହଜରେ ଚିହ୍ନି ପାରିବେ ଦର୍ଶକ । ତେବେ ମ୍ୟାଚରେ ବିରତି ସମୟରେ ଷ୍ଟାଡିୟମର  ଫ୍ଲଡ ଲାଇଟ୍‌ ବନ୍ଦ କରାଯିବ । ସମ୍ପୂର୍ଣ୍ଣ ଷ୍ଟାଡିୟମଟି   ରେଡିୟମ ଲାଇଟ୍‌ରେ ଚିକମିକ୍‌ କରିବ । ଏଭଳି   କିଛି ବ୍ୟବସ୍ଥା ହେବ ବୋଲି ଜଣାପଡ଼ଛି ।  

ସେହିପରି ସିନିୟର ସିଟିଜେନଙ୍କ ପାଇଁ ଓସିଏ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମ୍ୟାଚ ଦେଖିବା ଲାଗି ଯେତିକି ସିନିଅର ସିଟିଜେନ ମାନେ ଷ୍ଟାଡିୟମ ଆସିବେ, ସେମାନଙ୍କୁ ପାର୍କିଙ୍ଗ ସ୍ଥାନରୁ ନେବା ଆଣିବା ଲାଗି ବ୍ୟାଟେରୀ ଗାଡିର ବ୍ୟବସ୍ଥା କରାଯିବ। ଯାହାର ଖର୍ଚ୍ଚ ଭାର ଓସିଏ ବହନ କରିବ ।

ସେହିପରି ପାଣି ବୋତଲ ପ୍ରବେଶ  ଉପରେ କଟକଣା ଲାଗିଥିଲେ ସୁଦ୍ଧା ବାରବାଟୀରେ  ଜାଲି ବନ୍ଧା ହେବ । ବିଭିନ୍ନ ଗ୍ୟାଲେରୀ ସମ୍ମୁଖରେ ବାଉଁଶ ଜରିଆରେ ପୂର୍ବରୁ ଜାଲି ବନ୍ଧା ହେଉଥିଲା ।   ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ   ଦର୍ଶକମାନେ ପଡ଼ିଆ ଭିତରକୁ ଫିଙ୍ଗି ନପାରିବା   ଭଳି ବ୍ୟବସ୍ଥା ହୋଇଛି । ହେଲେ ବାଉଁଶ ବନ୍ଧା   ହେଉଥିବାରୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବସୁଥିବା  ଦର୍ଶକ ଖେଳ ଉପଭୋଗ କରି ପାରୁନଥିଲେ ।  ଏଥରେ ମଧ୍ୟ ପରିବର୍ତ୍ତନ ଅଣାଯିବ । ଆଗାମୀ  ମ୍ୟାଚ୍‌ରେ ଗ୍ୟାଲେରୀ ସମ୍ମୁଖରେ ଆଉ ବାଉଁଶ  ଦେଖିବାକୁ ମିଳିବ ନାହିଁ । ତାର ଦ୍ୱାରା ଜାଲି  ବାନ୍ଧିବା ପାଇଁ ଓସିଏ ଯୋଜନା କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.