ନୂଆଦିଲ୍ଲୀ,୩।୬: ଖବର କାଗଜର ପୃଷ୍ଠା, ଟିଭି ବିଜ୍ଞାପନ କିମ୍ବା ବଡ଼ ବଡ଼ ମଲରେ, ଘଣ୍ଟାର ଚମକଦାର ହୋର୍ଡିଂର ବିଜ୍ଞାପନ ଦେଖିଥିବେ। ବିଶ୍ୱର ଯେକୌଣସି ବ୍ରାଣ୍ଡ ରୋଲେକ୍ସ, ଟାଇଟନ୍, କିମ୍ବା ଟାଇମେକ୍ସ ହେଉ, ସମସ୍ତ ବିଜ୍ଞାପନର ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ୍ ଦେଖାଏ। ପ୍ରଥମେ ଏହା କେବଳ ସଂଯୋଗ ଭଳି ଲାଗେ, କିନ୍ତୁ ସତ ହେଉଛି ଯେ ଗତ ୧୦୦ ବର୍ଷ ଧରି, ସାରା ବିଶ୍ୱରେ ବିଜ୍ଞାପନରେ ଜାଣିଶୁଣି ସ୍ଥିର କରାଯାଇଛି ଏହି ନିର୍ଦ୍ଦିଷ୍ଟ ସମୟ। ଏହା ପଛରେ ରହିଛି କିଛି ଆକର୍ଷଣୀୟ ବ୍ୟବହାରିକ, ସୌନ୍ଦର୍ଯ୍ୟପୂର୍ଣ୍ଣ ଏବଂ ମନସ୍ତାତ୍ତ୍ୱିକ ରହସ୍ୟ ।

ଘଣ୍ଟା ନିର୍ମାତାଙ୍କ ପାଇଁ ବିଜ୍ଞାପନରେ ସବୁଠାରୁ ଜରୁରୀ କଥା ହେଉଛି ସେମାନଙ୍କର ବ୍ରାଣ୍ଡ ନାଁ ଏବଂ ଲୋଗୋ। ସାଧାରଣତଃ, ଘଣ୍ଟାର ମୁଖ୍ୟ ଲୋଗୋ କିମ୍ବା ବ୍ରାଣ୍ଡ ନାଁ ଡାଏଲରେ ପ୍ରିଣ୍ଟ ହୋଇଥାଏ। ଯେତେବେଳେ ଘଣ୍ଟାର କଣ୍ଟା ୧୦ଟା ୧୦ ମିନିଟ୍‌ରେ ଥାଏ ତାହା ଏକ ସୁନ୍ଦର V-ଆକୃତି ସୃଷ୍ଟି କରିଥାଏ। ଏହି ଆକୃତି ୧୨ ତଳେ ଲେଖାଯାଇଥିବା ବ୍ରାଣ୍ଡ ନାମକୁ ଏକ ସୁନ୍ଦର ଫ୍ରେମ୍ ପରି ଘେରି ରହିଥାଏ। ଏହା ସିଧାସଳଖ ଗ୍ରାହକଙ୍କର ଦୃଷ୍ଟି କମ୍ପାନୀ ପ୍ରତି ଆକର୍ଷିତ କରେ। ଘଣ୍ଟାର ଆକର୍ଷଣୀୟ ହ୍ୟାଣ୍ହ ଡିଜାଇନ୍ ବି ସ୍ପଷ୍ଟ ଭାବରେ ନଜର ଆସିଥାଏ।

ଏହା ପଛରେ ମଧ୍ୟ ରହିଛି ଏକ ବ୍ୟବହାରିକ କାରଣ । ତାହା ହେଲା ୧୦ଟା ୧୦ ମିନିଟ୍ରେ ଘଣ୍ଟାର କୌଣସି ଗୁରୁତ୍ବପୂର୍ଣ୍ଣ ଅଂଶ ପରସ୍ପର ପଛରେ ଲୁଚି ରହିନଥାଏ। ବର୍ତ୍ତମାନ ସମୟରେ ଦୁଇ କଣ୍ଟା ଅଲଗା ଅଲଗା ଦିଗରେ ରହିଥାଏ। କେବେ ବି ଓଭରଲ୍ୟାପ୍ କରିନଥାଏ। ଏହାଛଡା ଘଣ୍ଟାର ବାକି ଜରୁରୀ ଫିଚର୍ସ, ଯେପରିକି ତାରିଖ ଦେଖାଉଥିବା ଛୋଟ ଓ୍ବିଣ୍ଡୋ ଯାହାକି ସବୁବେଳେ ୩,୬ କିମ୍ବା ୯ ପଏଣ୍ଟ ପାଖରେ ଥାଏ। ସମ୍ପୂର୍ଣ୍ଣ ଭାବରେ ସଫା ଓ ଖୋଲା ଦେଖାଯାଇଥାଏ। କଣ୍ଟାର ଏହି ଖାସ୍ ପୋଜିସନ୍, ଗ୍ରାହକଙ୍କ ଘଡିର ପୁରା ଡାଏଲ। ଏହାର କାରିଗରି ଓ ସବୁ ଇଣ୍ଡେକ୍ସ ବିନା କୌଣସି ବାଧା ଭାବରେ ସ୍ପଷ୍ଟ ଦେଖାଯାଏ।

ମନୋବୈଜ୍ଞାନିକ ଦୃଷ୍ଟିରୁ ଯଦି ଦେଖାଯାଏ ତେବେ ୧୦ ଟା ୧୦ ମିନିଟ୍ ବେଳେ ଘଣ୍ଟାର ଡାଏଲରେ ହସୁଥିବା ମୁହଁ କିମ୍ବା ସ୍ମାଇଲ୍ ଭଳି ଲୁକ୍ ବି ତିଆରି କରେ। ମଣିଷ ମସ୍ତିଷ୍କ କୌଣସି ହସୁଥିବା ଜିନିଷକୁ ଦେଖି ପ୍ରଭାବିତ ହୁଏ। ଏହା ଅବଚେତନ ଭାବରେ ଘଣ୍ଟାକୁ ଏକ ବନ୍ଧୁତ୍ୱପୂର୍ଣ୍ଣ, ଅଧିକ ସକାରାତ୍ମକ ଏବଂ ଅଧିକ ଆକର୍ଷଣୀୟ ପ୍ରତିଛବି ସହିତ ଜଡିତ କରେ। ଯେତେବେଳେ ବିଜ୍ଞାପନରେ ହସୁଥିବା ଘଣ୍ଟା ଦେଖନ୍ତି, ଏହାକୁ କିଣିବା ପାଇଁ ଇଚ୍ଛା ବଢ଼ିଯାଏ। ୨୦୧୭ର ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ, ୧୦ଟା ୧୦ ମିନିଟରେ ଦର୍ଶକଙ୍କ ମଧ୍ୟରେ, ବିଶେଷକରି ମହିଙ୍କଠାରେ ଅଧିକ ସକାରାତ୍ମକ ଭାବନା ଏବଂ କ୍ରୟ କରିବାର ଉଦ୍ଦେଶ୍ୟ ସୃଷ୍ଟି କରିଥାଏ। ଏହି ପ୍ରସଙ୍ଗରେ ଏକ ଆକର୍ଷଣୀୟ ଅଧ୍ୟୟନ ପୂର୍ବରୁ କରାଯାଇଛି। ୨୦୧୭ ମସିହାର ଏକ ବୈଜ୍ଞାନିକ ଅଧ୍ୟୟନ ଫ୍ରଣ୍ଟିୟର୍ସ ଇନ୍ ସାଇକୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଥିଲା।

ମନସ୍ତାତ୍ତ୍ୱିକ ଅଧ୍ୟୟନରୁ ଜଣାପଡିଛି ଯେ ମହିଳାମାନେ ହାରାହାରି ମୁହଁର ଭାବପ୍ରବଣତା ଏବଂ ସକାରାତ୍ମକ ଭାବନାଗୁଡ଼ିକୁ ଶୀଘ୍ର ଗ୍ରହଣ କରନ୍ତି ଏବଂ ପ୍ରତିକ୍ରିୟା ଦିଅନ୍ତି। ୧୯୨୬ ରେ ହାମିଲଟନ୍ ଘଣ୍ଟା କମ୍ପାନୀ ତାଙ୍କ ବିଜ୍ଞାପନରେ ୧୦ଟା ୧୦ ମିନିଟର ସମୟ ବ୍ୟବହାର କରିଥିଲା। ଏହା ପୂର୍ବରୁ, ଅଧିକାଂଶ ବ୍ରାଣ୍ଡ ୮ ଟା ୨୦ମିନିଟ୍‌ରେ ଟାଇମର୍ ବ୍ୟବହାର କରୁଥିଲେ, ଯାହା ଦୁଇଟି ଘଣ୍ଟାକୁ ସମାନ ଦୂରତାରେ ଦେଖାଉଥିଲା, କିନ୍ତୁ ଏକ ‘ଦୁଃଖିତ ମୁହଁ’ ଭଳି ଦେଖାଯାଉଥିଲା। ୧୯୫୦ ଦଶକ ସୁଦ୍ଧା ୧୦ଟା ୧୦ ମିନିଟ୍ ସବୁ ଘଣ୍ଟାରେ ବ୍ୟବହାର ହେଉଥିଲା। ଟାଇମେକ୍ସ ଭଳି କମ୍ପାନୀ ମଧ୍ୟ ଏହାକୁ ବ୍ୟବହାର କରିଥିଲା। ୮ଟା ୨୦ ମିନିଟରୁ ୧୦ଟା ୧୦ ମିନିଟ୍ ସମୟକୁ ପରିବର୍ତ୍ତନ କଲେ। ଏହି ନିଷ୍ପତ୍ତି ନେଇଥିଲେ ହାମିଲଟନ୍ କମ୍ପାନୀ ପାଇଁ କାମ କରୁଥିବା ଏକ ଆଡ୍ ଏଜେନ୍ସିର ଆର୍ଟ ଡାଇରେକ୍ଟର।