ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ୱିସ୍‌ଡେନ୍‌ ପୁରସ୍କାର, ବୁମରା-ମନ୍ଧନା ବିଶ୍ୱରେ ଶ୍ରେଷ୍ଠ ଖେଳାଳି

Published By : Ankita S | April 23, 2025 7:39 AM

ନୂଆଦିଲ୍ଲୀ,୨୩ /୦୪: କ୍ରିକେଟର ବାଇବେଲ ଭାବେ ପରିଚିତ ‘ୱିସ୍‌ଡେନ୍‌ କ୍ରିକେଟର୍ସ ଆଲମ୍‌ନାକ’ ପତ୍ରିକାର ୨୦୨୪ ସଂସ୍କରଣ ଆଜି ପ୍ରକାଶିତ ହୋଇଛି । ପୁରୁଷରେ ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମରା ଏବଂ ମହିଳାରେ ଓପନିଂ ବ୍ୟାଟର ସ୍ମୃତି ମନ୍ଧନା ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ସେହିପରି ୱେଷ୍ଟଇଣ୍ଡିଜର ନିକୋଲାସ ପୂରନ ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଖେଳାଳି ପୁରସ୍କାର ମିଳିଛି । 

୨୦୨୪ରେ ବୁମରାଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ ରହିଥିଲା । ସେ ଟେଷ୍ଟରେ ପ୍ରଥମ ବୋଲର ଭାବେ ୨୦ରୁ କମ୍‌ ଆଭରେଜ୍‌ରେ ୨୦୦ ୱିକେଟ୍‌ ନେବାରେ ସଫଳ ହୋଇଥିଲେ । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ସେ ୫ଟି ମ୍ୟାଚ୍‌ ଖେଳି ୧୩.୦୬ ଆଭରେଜରେ ୩୨ଟି ୱିକେଟ୍‌ ନେବାରେ ସଫଳ ହୋଇଥିଲେ । ବୁମରା ଟେଷ୍ଟରେ ୪୫ଟି ମ୍ୟାଚ୍‌ ଖେଳି ୨୦୫ଟି ୱିକେଟ୍‌ ନେଇଥିବାବେଳେ ୮୯ଟି ଦିନିକିଆରୁ ୧୪୯ଟି ଏବଂ ୭୦ଟି ଟି-ଟ୍ୱେଣ୍ଟିରୁ ୮୯ଟି ୱିକେଟ୍‌ ଅକ୍ତିଆର କରି ସାରିଛନ୍ତି । 

ଅନ୍ୟ ପଟରେ ମନ୍ଧନା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩ଟି ଯାକ ଫର୍ମାଟରେ ମୋଟ ୧୬୫୯ରନ୍‌ ସଂଗ୍ରହ କରିବା ସହ ଏକ ରେକର୍ଡ଼ ସ୍ଥାପନ କରିଥିଲେ । ଦିନିକିଆରେ ସେ ୪ଟି ଶତକ ଏବଂ ଟେଷ୍ଟରେ ଗୋଟିଏ ଶତକ ଅର୍ଜନ କରିଥିଲେ । ଗତ ବର୍ଷ ଜୁନ୍‌ ମାସରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟରେ ମନ୍ଧନା ୧୪୯ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳିଥିଲେ । ସେହିପରି ପୂରନ ଗତ ବର୍ଷ ୨୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳି ୧୪୨.୩୩ ଷ୍ଟ୍ରାଇକ ରେଟ୍‌ରେ ମୋଟ ୪୬୪ ରନ୍‌ ସଂଗ୍ରହ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.