ମୁମ୍ବାଇ,୩/୬ : ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ବୁଧବାର ତାଜା ରାଙ୍କିଂ ଜାରି କରିଛି । ରାଙ୍କିଂରେ ପାକିସ୍ତାନୀ ଖେଳାଳୀଙ୍କ ଲମ୍ବା ଜମ୍ପ୍ ଦେଖିବାକୁ ମିଳିଛି । ସେହିଭଳି କୌଣସି ବି ଭାରତୀୟ ଖେଳାଳୀ ଟପ୍ ୫ରେ ନାହାନ୍ତି । ପାକ୍ ସ୍ପିନର ଅବରାର ଅହମଦ ଓ୍ବାନଡେ ରାଙ୍କିଂରେ ୭ମ ସ୍ଥାନ ଜମ୍ପ୍ ଲଗାଇ ନିଜକୁ ୪ର୍ଥ ସ୍ଥାନରେ ରଖିଛନ୍ତି । ଏହା ଅବରାରଙ୍କ କ୍ୟାରିୟରର ବେଷ୍ଟ ଓ୍ବାନଡେ ରାଙ୍କିଂ ଅଟେ । ତାଙ୍କ ରେଟିଂ ୬୩୩ଅଟେ । ଏହା ବ୍ୟତୀତ ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଅଫରିଦି ବଡ଼ ଜମ୍ପ୍ ଲଗାଇଛନ୍ତି । ଶାହୀନ ୪ର୍ଥ ସ୍ଥାନ ଉପରକୁ ଆସିଯାଇଛନ୍ତି । ଏବେ ସେ ୧୩ନମ୍ବରରେ ପହଞ୍ଚି ସାରିଛନ୍ତି । ଶାହିନଙ୍କ ରେଟିଂ ୫୯୩ଅଟେ ।
ଟପ୍ ୫ରେ କୌଣସି ବି ଭାରତୀୟ ବୋଲର ନାହାନ୍ତି । ଟିମ୍ ଇଣ୍ଡିଆର କୂଲଦୀପ ଯାଦବ ୬୨୪ରେଟିଂ ସହ ଷଷ୍ଠ ସ୍ଥାନରେ ଅଛନ୍ତି । ସେହିଭଳି ଟପ୍ -୫ରେ ନଜର ପକାଇବା ଆସନ୍ତୁ । ଇଂଲଣ୍ଡର ଦୁଇ, ଆଫଗାନିସନ୍ତାର ଜଣେ, ପାକିସ୍ତାନର ଜଣେ ଏବଂ ଦକ୍ଷିଣ ଆଫ୍ରିକାର ଜଣେ ବୋଲର ସାମିଲ ଅଛନ୍ତି । ଆଫଗାନିସ୍ତାନର ଷ୍ଟାର ସ୍ପିନର ରଶିଦ ଖାନ ନିଜକୁ ୭୦୫ରେଟିଂ ସହ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ଲିଷ୍ଟରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦ୍ବିତୀୟ ସ୍ଥାନରେ ଅଛନ୍ତି । ଆର୍ଚରଙ୍କ ରେଟିଂ ୬୪୯ର ଅଟେ । ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ତୃତୀୟ, ପାକିସ୍ତାନର ଅବରାର ଅହମଦ ଚତୁର୍ଥ ଏବଂ ଇଂଲିଶ ସ୍ପିନର ଆଦିଲ ରଶୀଦ ପଞ୍ଚମ ସ୍ଥାନରେ ଅଛନ୍ତି । କେଶବଙ୍କ ରେଟିଂ ୬୪୫ ଏବଂ ଆଦିଲଙ୍କ ୬୨୯ଅଟେ ।
ସେହିପରି ଦିନିକିଆର ଟପ୍-୫ ବ୍ୟାଟିଂ ରେଟିଂରେ ୩ଭାରତୀୟ ଖେଳାଳୀ ନଜର ଆସୁଛନ୍ତି । ଏଥିରେ ବିରାଟ କୋହଲୀ ୭୯୧ରେଟିଂ ସହ ଦ୍ବିତୀୟ, ରୋହିତ ଶର୍ମା ୭୪୮ରେଟିଂ ସହ ଚତୁର୍ଥ ଏବଂ ଶୁଭମନ ଗିଲ୍ ୭୧୬ରେଟିଂ ସହ ପଞ୍ଚମ ସ୍ଥାନରେ ଅଛନ୍ତି । ଲିଷ୍ଟରେ ନ୍ୟୁଜିଲାଣ୍ଡର ମିଚେଲ ସେଣ୍ଟନର ୮୧୫ରେଟିଂ ସହ ପ୍ରଥମ ସ୍ଥାନରେ ଅଛନ୍ତି । ଆଫଗାନିସ୍ତାନର ଇବ୍ରାହିମ ଜାଦରାନ ୭୫୬ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ।
ଅଲରାଉଣ୍ଡର ରେଟିଂରେ ନଜର ପକାଇବା ତ ଟପ୍ ୧୦ ଭିତରେ କେବଳ ଜଣେ ଭାରତୀୟ ଖେଳାଳୀ ଅଛନ୍ତି । ଏହି ଭାରତୀୟ ଖେଳାଳୀ ହେଲେ ଅକ୍ଷର ପଟେଲ୍ , ଯିଏ ୧୦ମ ସ୍ଥାନରେ ଅଛନ୍ତି । ଅକ୍ଷରଙ୍କ ରେଟିଂ ୨୦୧ର ଅଟେ । ଏହି ଲିଷ୍ଟରେ ଆଫଗାନିସ୍ତାନର ପେସ୍ ବୋଲିଂ ଅଲରାଉଣ୍ଡର ଅଜମତୁଲ୍ଲାହ ଅମରଜଇ ୩୨୯ରେଟିଂ ସହ ପ୍ରଥମ ସ୍ଥାନରେ ଅଛନ୍ତି ।