ନୂଆଦିଲ୍ଲୀ: ସରିଛି ଆଇପିଏଲ ୨୦୨୬, ଟ୍ରଫି ହାତେଇଛି ବେଙ୍ଗାଲୁରୁ । ତଥାପି ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ସରୁନି ଚର୍ଚ୍ଚା । ଅନେକ ପୁରଷ୍କାର ଜିତିଥିବା ବୈଭବ ଏବେ ଖବରର ଶିରୋନାମା ପାଲଟିଛନ୍ତି । ଟ୍ରଫି ହାତେଇବା ପରେ ବିରାଟଙ୍କ ସହ ଆଲୋଚନା କରିଥିଲେ ବୈଭବ । ଆରସିବି ପକ୍ଷରୁ ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ଯାହର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ଏବଂ ଚର୍ଚ୍ଚାର ବିଷୟ ପାଲଟିଥିଲା ।
𝗧𝗵𝗲 𝗺𝗮𝗻 𝘄𝗵𝗼 𝗺𝗮𝗱𝗲 𝗜𝗻𝗱𝗶𝗮𝗻 𝗰𝗿𝗶𝗰𝗸𝗲𝘁 𝗳𝗲𝗮𝗿𝗹𝗲𝘀𝘀 🤝 𝘁𝗵𝗲 𝗯𝗼𝘆 𝘄𝗵𝗼 𝗯𝗮𝘁𝘀 𝗳𝗲𝗮𝗿𝗹𝗲𝘀𝘀 🫶💪
— Royal Challengers Bengaluru (@RCBTweets) June 3, 2026
The best piece of advice the 15-year old Vaibhav Suryavanshi could get! And who better than Virat Kohli to help fuel his fire in the right direction.… pic.twitter.com/MUqCRBo0la
ତେବେ ସୋସିଆଲ ମିଡିଆରେ ଆରସିବି ପକ୍ଷରୁ ପୋଷ୍ଟ କରାଯାଇଥିବା ଭିଡିଓରେ ବିରାଟ ବୈଭବଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ବିରାଟ ବୈଭବଙ୍କୁ କହିଛନ୍ତି କି, ଏଠାରୁ ଆମକୁ ଆଗକୁ ଯିବାକୁ ପଡ଼ିବ । ଏବେ ଯାହାବି ହୋଇଛି ତାହା ତୁମର କଠିନ ପରିଶ୍ରମ ଏବଂ ଦୃଢ଼ ଆତ୍ମବିଶ୍ବାସ ଯୋଗୁଁ । କିଏ କଣ କହୁଛି ? କିପରି କହୁଛି ତାହା ଉପରେ ଧ୍ୟାନ ଦିଅନାହିଁ । ତୁମେ କେବଳ ତୁମ ବ୍ୟାଟିଂ ଉପରେ ଧ୍ୟାନ ଦିଅ । ଶେଷରେ କହିଥିଲେ ଏକ ବିହାରୀ ସବ୍ ପର୍ ଭାରୀ । ଯାହା ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।
କହି ରଖୁଛୁ କି, ଚଳିତ ସିଜିନରେ ବୈଭବ ସୂର୍ଯ୍ୟବଂଶୀ କମାଲ ବ୍ୟାଟିଂ କରିଥିଲେ । ସେ ବଡ଼ ବଡ଼ ବୋଲରଙ୍କୁ ମଧ୍ୟ ଧୂଲେଇ କରିଥିଲେ । ବୁମରା, ରାବାଡ଼ାଙ୍କ ଭଳି ବୋଲରଙ୍କୁ ମଧ୍ୟ ଧୂଲେଇ କରିଥିଲେ । ସେ ୧୬ ମ୍ୟାଚରୁ ୭୭୬ ରନ କରିଥିଲେ । ୨୩୭.୩୦ ଷ୍ଟ୍ରାଇକ୍ ରେଟରେ ଏହି ସ୍କୋର କରିବାରେ ସଫଳ ହୋଇଥିଲେ । ଯେଉଁଥିରେ ଗୋଟିଏ ଶତକ ରହିଥିବାବେଳେ ୨ଥର ଶତକରୁ ବଞ୍ଚିତ ହୋଇଥିଲେ । ତେବେ କେବଳ ଆକ୍ରମଣାତ୍ମକ ଢ଼ଙ୍ଗ ନୁହେଁ ବରଂ ବୁଝିଶୁଝି ମଧ୍ୟ ଖେଳିବାରେ ଅଭ୍ୟସ୍ତ ବୋଲି ପ୍ରମାଣ ଦେଇଛନ୍ତି ବୈଭବ । ଗୁଜୁରାଟ ବିପକ୍ଷ ମ୍ୟାଚରେ ଏହା ଦେଖିବାକୁ ମିଳିଥିଲା ।
ଏହାସହ ପଢ଼ନ୍ତୁ : Aamir Khan Wedding: ସାମ୍ନାକୁ ଆସିଲା ବିବାହ ତାରିଖ: ଏହିଦିନ ଗୌରୀଙ୍କ ହାତ ଧରିବେ ଆମୀର ଖାନ୍