ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

Published By : Suraj Kumar | August 14, 2025 4:10 PM

ପାଳଲହଡା,୧୪।୮  : ପାଳଲହଡା ବ୍ଳକ ଖମାର ଥାନା ଅନ୍ତର୍ଗତ ଶଙ୍ଖମୁର ପଞ୍ଚାୟତର ସମିତିସଭ୍ୟ ତଥା ଶଙ୍ଖମୁର ପଞ୍ଚୟାତ ସଭାପତି ନୀଳମାଧଵ ପ୍ରଧାନଙ୍କୁ ଗତ ୧୦ ତାରିଖ ସନ୍ଧ୍ୟାରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଘଟଣାକୁ ଚାରି ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରି ନାହିଁ।  ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ପୂର୍ବତନ ବିଜେଡି ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀମାନଙ୍କୁ ନେଇ ଖମାର ଥାନା ଘେରାଉ କରିବା ସହିତ ଧାରଣାରେ ବସିଥିଲେ।

ଶଙ୍ଖମୁର ଗ୍ରାମ ହାଇସ୍କୁଲ ଛକ ନିକଟରେ ରବିବାର ବିଜେପି କର୍ମୀ ରାଜନୈତିକ ଶତ୍ରୁତାରୁ ଶଙ୍ଖମୁର ପଞ୍ଚାୟତ ସମିତି ସଭ୍ୟ ତଥା ପଞ୍ଚାୟତ ବିଜେଡି ସଭାପତି ନୀଳମାଧଵ ପ୍ରଧାନ   ତାଙ୍କ କାର ଭିତରେ  ତାଙ୍କ ସାଙ୍ଗ ସହିତ  ବସି   କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ନୀଳମାଧବଙ୍କୁ ଅତର୍କିତ ଆକ୍ରମଣ ହୋଇଥିଲା।  ସମିତିସଭ୍ୟ ଶ୍ରୀ ପ୍ରଧାନ ଗୁରୁତର ଅବସ୍ଥାରେ ଖମାର ମେଡିକାଲରେ ଭର୍ତ୍ତି ହୋଇ ଥିଲେ।  ପରବର୍ତ୍ତି ସମୟରେ ସେ ଖମାର ଥାନାରେ ଆକ୍ରମଣକାରୀଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଚାରିଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଗିରଫ ହୋଇନଥିବାରୁ ଗୁରୁବାର ପୁର୍ବତନ ବିଧାୟକଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀଙ୍କୁ ନେଇ ଖମାର ଥାନା ଘେରାଉ କରିବା ସହିତ ଦୋଷୀମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପୂର୍ବତନ ବିଧାୟକ ପାଳ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଉଭୟଙ୍କ ବିରୁଦ୍ଧରେ ଏତଲା ଦେଇଥିବାରୁ ଖମାର ପୁଲିସ ପକ୍ଷରୁ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଅରୁଣ କୁମାର ପଣ୍ଡା କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.