ଚେନ୍ନାଇ,୦୧/ ୦୭: ଭୟଙ୍କର ବିସ୍ଫୋରଣ । ହୁତୁ ହୁତୁ ହୋଇ ଜଳିଲା କାରଖାନା । ତାମିଲନାଡୁ ଶିବକାଶୀରେ ଏକ ବାଣ କାରଖାନାରେ ଭୟାନକ ବିସ୍ଫୋରଣ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଗତକାଲି (ସୋମବାର) ତେଲେଙ୍ଗାନାରେ ଏକ କେମିକାଲ କାରଖାନାରେ ବିସ୍ଫୋରଣ ହୋଇ ୪୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
ତାମିଲନାଡୁ ଶିବକାଶୀରେ ଥିଲା ଏକ ବାଣ କାରଖନାରେ ଜୋରଦାର ବିସ୍ଫୋରଣ ହୋଇଛି । ବ୍ଲାଷ୍ଟ ଏତେ ଭୟଙ୍କର ଥିଲା ଅଞ୍ଚଳ ଧୂଆଁମୟ ହୋଇଛି । ବାଣ ବିସ୍ଫୋରଣରେ ଥରି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । କିଛି ଲୋକ ଫସିଥିବା ଅନୁମାନ କରାଯାଉଛି । ଉଦ୍ଧାରକାରୀ ଟିମ୍ ଅପରେସନ୍ ଜାରି ରଖିଛନ୍ତି । ଆହତଙ୍କୁ ବିଋଦ୍ଧୁନଗର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ଜଣାପଡିନାହିଁ । ଘଟଣାର ତଦନ୍ତ ଜାରି ରହିଛି ।
୨ ଦିନରେ ୨ ବ୍ଲାଷ୍ଟ- କହି ରଖୁଛି କି, ଗତକାଲି (ସୋମବାର) ତେଲେଙ୍ଗାନାରେ ପାଶାମିଲାରମ ଶିଳ୍ପାଞ୍ଚଳରେ ଥିବା ଫାର୍ମା କମ୍ପାନି ‘ସିଗାଚି କେମିକାଲ୍ସ’ର ରିଆକ୍ଟର ୟୁନିଟ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ସେତେବେଳେ କାରଖାନାରେ ପ୍ରାୟ ୧୦୦ ଶ୍ରମିକ କାମ କରୁଥିଲେ । ଏଥିରେ ପ୍ରାରମ୍ଭିକ ରିପୋର୍ଟରେ ୧୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ଜଣାପଡିଥିଲା । ଏହାପରେ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇ ୪୨ରେ ପହଞ୍ଚିଛି । ବିସ୍ଫୋରଣରେ କାରଖାନାର ମ୍ୟାନେଜର ମଧ୍ୟ ପ୍ରାଣ ହରାଇଥିଲେ । ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ଶୋକବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରାଯାଇଥିଲା ।