ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଏନଡିଏ ଇତିହାସରେ ପ୍ରଥମ: ୧୭ ମହିଳା କ୍ୟାଡେଟ୍‌ ହେବେ ପାସ୍‌ ଆଉଟ, ମେ’ ୩୦ରେ ଦେଖିବାକୁ ମିଳିବ ଅନନ୍ୟ ଦୃଶ୍ୟ

Published By : Tapas Panda | May 24, 2025 6:10 PM

Image Courtesy: hindustantimes

ନୂଆଦିଲ୍ଲୀ:  ଜାତୀୟ ପ୍ରତିରକ୍ଷା ଏକାଡେମୀ ଅର୍ଥାତ୍ NDA ଇତିହାସରେ ପ୍ରଥମ ଥର ମହିଳା କ୍ୟାଡେଟ୍‌ ପାସଆଉଟ୍‌ ହେବାକୁ ଯାଉଛନ୍ତି । ଏନଡିଏର ୧୪୮ତମ ପାଠ୍ୟକ୍ରମରେ ମହିଳା କ୍ୟାଡେଟମାନଙ୍କର ପ୍ରଥମ ବ୍ୟାଚ୍ ତ୍ରିସେବା ଏକାଡେମୀରେ ପାସଆଉଟ୍ ହେବାକୁ ଯାଉଛି । ତାଙ୍କର ପାସିଂ ଆଉଟ୍ ପରେଡ୍ ମେ’ ୩୦ରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖିବାକୁ ମିଳିବ, ଯେତେବେଳେ ୧୭ ଜଣ ମହିଳା କ୍ୟାଡେଟ୍ ଏବଂ ୩୦୦ ରୁ ଅଧିକ ପୁରୁଷ କ୍ୟାଡେଟ୍ NDAରୁ ପାସ୍‌ କରିବେ । ଏହି ସମସ୍ତ ମହିଳା କ୍ୟାଡେଟମାନେ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଯୋଗଦେବେ। 

NDAର ଐତିହାସିକ ୧୪୮ତମ ପାଠ୍ୟକ୍ରମର ସମାବର୍ତ୍ତନ ଏବଂ ପାସିଂ ଆଉଟ୍ ପରେଡ ପୂର୍ବରୁ NDAର ପ୍ରଥମ ବ୍ୟାଚ୍ ମହିଳା କ୍ୟାଡେଟ ଶୁକ୍ରବାର ଦେଶର ପ୍ରମୁଖ ତ୍ରିସେବା ଏକାଡେମୀରେ ସେମାନଙ୍କର ତିନି ବର୍ଷର ଯାତ୍ରା ବିଷୟରେ କହିଥିଲେ। କ୍ୟାଡେଟମାନଙ୍କ ମଧ୍ୟରୁ ଜଣେ ଇଶିତା ଶର୍ମା କହିଥିଲେ ଯେ, ଆମକୁ ସବୁବେଳେ ସମାନ ସୁଯୋଗ ଦିଆଯାଇଥିଲା । ଆଉ ସେତେବେଳେ ସମସ୍ତ ମହିଳା କ୍ୟାଡେଟଙ୍କ ମଧ୍ୟରେ ଏକତାର ଭାବନା ଦୃଶ୍ୟମାନ ହେଉଥିଲା ।  

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡିଭିଜନ କ୍ୟାଡେଟ୍ କ୍ୟାପଟେନ୍ ଇଶିତା ଶର୍ମା NDAରେ ଯୋଗଦେବା ପୂର୍ବରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ କହିଥିଲେ, ‘ମୁଁ ବିଶ୍ୱାସ କରେ NDAରେ ମହିଳାମାନଙ୍କୁ ସାମିଲ କରିବା ଏବଂ ପ୍ରଥମ ବ୍ୟାଚ୍ ପାସ୍ କରିବା ମହିଳା ସଶକ୍ତିକରଣ ଦିଗରେ ବହୁ ଗୁରୁତ୍ବ ବହନ କରେ । 

ଅଗଷ୍ଟ ୨୦୨୧ରେ, ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ । ମହିଳାମାନଙ୍କୁ ମଧ୍ୟ NDA ପରୀକ୍ଷାରେ ସାମିଲ କରାଇବାକୁ ୟୁପିଏସସିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏନଡିଏ ଏବଂ ନୌସେନା ଏକାଡେମୀରେ ମହିଳାଙ୍କୁ ପ୍ରବେଶ ଅନୁମତି ମିଳୁ ବୋଲି ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରୀୟ ଲୋକ ସେବା ଆୟୋଗକୁ ଏହି ନିର୍ଦ୍ଦେଶ ଦେଇଥିଲେ । ଆଉ ସର୍ବୋଚ୍ଚ ଅଦାଲତଙ୍କ ରାୟର ପ୍ରତିଫଳନ ଦେଖିବାକୁ ମିଳିଛି । ପ୍ରଥମ ଥର ଏନଡିରୁ ୧୭ ଜଣିଆ ମହିଳା କ୍ୟାଡେଟ୍‌ ପାସ ଆଉଟ୍‌ ହୋଇ ୩ ସେନାରେ ଯୋଗ ଦେବାକୁ ଯାଉଛନ୍ତି । 

ସୂଚନାଯୋଗ୍ୟ, ନଭେମ୍ବର ୨୦୨୧ରେ NDA ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୫,୭୦,୦୦୦ ଆବେଦନ ମଧ୍ୟରୁ ୧,୭୮,୦୦୦ ମହିଳା ଥିଲେ। ଏଥିମଧ୍ୟରୁ ୧,୦୦୨ ଜଣ ମହିଳା ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଶେଷରେ ୧୭ ଜଣ ମହିଳା ପ୍ରାର୍ଥୀଙ୍କୁ ସଫଳ ଘୋଷଣା କରାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.