ନୂଆଦିଲ୍ଲୀ : ବ୍ୟାୟାମ ବା ଏକ୍ସରସାଇଜ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉତ୍ତମ ମନେକରାଯାଏ, କିନ୍ତୁ ଗତ ଦିନରେ ବହୁତ ମାମଲାରେ ଏକ୍ସରସାଇଜ୍‌ କରିବା ଦ୍ୱାରା ଲୋକଙ୍କ ମୃତ୍ୟୁ ହୋଇଛି। ଏକ୍ସରସାଇଜ୍ ବେଳେ ମୃତ୍ୟୁର କାରଣ ହାର୍ଟ ଆଟାକ୍‌ ଓ ହାର୍ଟ ଫେଲିୟର ସାମନାକୁ ଆସିଛି। ଯେତେବେଳେ ଏକ୍ସରସାଇଜ୍‌ ବେଳେ ହୃଦଘାତ ହୁଏ ତ, ଲକ୍ଷଣରେ ଛାତିରେ ଖୁବ୍‌ ଜୋରରେ ଯନ୍ତ୍ରଣା ହୁଏ, ନିଃଶ୍ୱାସ ନେବାରେ ଅସୁବିଧା , ମୁଣ୍ଡ ବୁଲାଇବା , ଏମିତି କି ବାହୁ , ବେକ ପିଠି ଯନ୍ତ୍ରଣା ମଧ୍ୟ ସାମିଲ ହୋଇ ପାରେ। ଏହି ସଙ୍କେତ ଗୁଡ଼ିକୁ ଧ୍ୟାନ ଦେଲେ ସମସ୍ୟାରୁ ରକ୍ଷା କରାଯାଇ ପାରେ। ଏଠାରେ ଆମେ କହୁଛୁ କି, ଏକ୍ସରସାଇଜ୍‌ କରିବା ସମୟରେ କେଉଁ କେଉଁ ଲୋକଙ୍କୁ ହାର୍ଟ ଆଟାକର ବିପଦ ରହିଥାଏ।

ହାର୍ଟ ସମ୍ୱନ୍ଧୀୟ ସମସ୍ୟା –

ଯଦି କୌଣସି ବ୍ୟକ୍ତିଙ୍କୁ ପୂର୍ବରୁ ହାର୍ଟ ସମ୍ୱନ୍ଧୀୟ ରୋଗ ଯେମିତି କି, କୋରୋନରୀ ଆର୍ଟରୀ ଡିଜିଜ୍‌ , ହୃଦଘାତ ହେବାର ହିଷ୍ଟ୍ରି , ହାର୍ଟ ଫେଲିୟରର ସମସ୍ୟା ଥିବ ,ତାଙ୍କୁ ଏକ୍ସରସାଇଜ୍‌ ବେଳେ ହାର୍ଟ ଆଟାକ୍‌ର ବିପଦ ହୋଇ ପାରେ। 

ଫ୍ୟାମିଲି ହିଷ୍ଟ୍ରି –

ହାର୍ଟ ସହ ଜଡ଼ିତ ରୋଗ ବା ହଠାତ୍‌ ହାର୍ଟ ସମ୍ୱନ୍ଧିତ ଘଟଣାର ପାରିବାରିକ ଇତିହାସ ବ୍ୟକ୍ତି ପାଇଁ ବିପଦ ବଢି ପାରେ। 

ବୟସ –

ଯେତେ ଯେତେ ଲୋକଙ୍କ ବୟସ ବଢିଥାଏ , ହାର୍ଟର ରୋଗର ବିପଦ ସାଧାରଣ ଭାବେ ବଢି ଯାଏ। ବୟସାଧିକ ଲୋକଙ୍କର ଏକ୍ସରସାଇଜ୍‌ ବେଳେ ହାର୍ଟ ଆଟାକ୍‌ ହେବାର ସମ୍ଭାବନା ଅଧିକ ହୋଇପାରେ। 

ଖରାପ ଲାଇଫ୍‌ଷ୍ଟାଇଲ୍‌ –

ଶାରୀରିକ କାର୍ଯ୍ୟକଳାପ କମ୍ ହେବାରେ ହାର୍ଟଆଟାକ୍‌ର ବିପଦ ବଢି ପାରେ। ଯେବେ କେହି ବ୍ୟକ୍ତି ହଠାତ୍‌ ଜୋରଦାର ଏକ୍ସରସାଇଜ୍‌ କରନ୍ତି ତ ହାର୍ଟରେ ଚାପ ପଡିପାରେ। 

ସ୍ମୋକିଂ – 

ହାର୍ଟ ସମ୍ୱନ୍ଧିତ ରୋଗ ପାଇଁ ସ୍ମୋକିଂ ଏକ ପ୍ରମୁଖ କାରଣ ହୋଇପାରେ। ସ୍ମୋକିଂ କରୁଥିବା ଲୋକଙ୍କୁ ଏକ୍ସରସାଇଜ୍‌ ବେଳେ ହୃଦଘାତ ହେବାର ବିପଦ ଅଧିକ ହୋଇପାରେ। କାରଣ ଏଥିରେ ହାର୍ଟ ଉପରେ ଚାର ପଡ଼ିଥାଏ ।

ହାଇ ବ୍ଲଡ୍‌ ପ୍ରେସର ଓ କୋଲେଷ୍ଟ୍ରଲ ବୃଦ୍ଧି :

ଏକ୍ସରସାଇଜ୍‌ ବେଳେ ଅନିୟନ୍ତ୍ରିତ ହାଇ ବ୍ଲଡ୍‌ ପ୍ରେସର ହାର୍ଟ ଆଟାକ୍‌ର ବିପଦକୁ ବଢାଇ ପାରନ୍ତି। ଏହା ବ୍ୟତୀତ ଖରାପ କୋଲେଷ୍ଟ୍ରଲ ବଢିବାରେ ଧମନୀ ଗୁଡ଼ିକରେ ପ୍ଲାକ୍‌ ଜମା ହୋଇପାରେ, ଯେଉଁଥିରେ ହୃଦଘାତକ ବିପଦ ବଢି ଯାଏ।

ଡାଇବେଟିସ୍‌ :

ଡାଇବେଟିସ୍‌ରେ ପୀଡ଼ିତ ଲୋକଙ୍କୁ ହୃଦଘାତର ବିପଦ ଅଧିକ ହୋଇଥାଏ ଏବଂ ଏକ୍ସରସାଇଜ୍‌ ବେଳେ ହୃଦଘାତର ବିପଦ ଅଧିକ ହୋଇପାରେ। 

ମୋଟାପା ବା ଅଧିକ ଓଜନ –

ମୋଟାପା ଅନେକ ରୋଗର କାରଣ ହୋଇପାରେ। ଅନ୍ୟପଟେ ଅଧିକ ଓଜନ ହାର୍ଟ ଉପରେ ପ୍ରଭାବ ପକାଇ ପାରେ ଏବଂ ହାର୍ଟ ସମସ୍ୟାର ବିପଦ ବଢାଇ ପାରେ।