ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଲଗାଣ ବର୍ଷାରେ ବେହାଲ ମାଲକାନଗିରି; ସ୍କୁଲରେ ପଶିଲା ପାଣି, ପାଠପଢ଼ା ବାଧାପ୍ରାପ୍ତ

Published By : Anindita Ratha | August 26, 2025 3:01 PM

ମାଲକାନଗିରି,୨୬/୦୮: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ଗାଁ ଓ ସହରରେ  କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ବର୍ଷା ଯୋଗୁଁ ସ୍କୁଲ ଭିତରେ ପାଣି ପଶିଯିବାରୁ ପିଲାଙ୍କ ପାଠପଢାରେ ବାଧା ଉପୁଜିଛି। ସେହିପରି ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳ, ଜଳଭଣ୍ଡାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି। 

ସୂଚନା ମୁତାବକ, କୁମୁଟିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛ ପାର୍ଶ୍ୱରେ ଥିବା ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ସ୍ଵ-ରୋଜଗାର ତାଲିମ ପ୍ରାତିଷ୍ଠାନ ପକ୍ଷରୁ ଏକ ବିରାଟ ଖାଲ ଖୋଳା ଯାଇଥିଲା । ଯାହାଫଳରେ ଜଳସ୍ତର ବୃଦ୍ଧି ପାଇ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହରେ ପାଣି ପଶିଥିବା ଜଣାପଡ଼ିଛି । ଏନେଇ ଷ୍ଟେଟ୍ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ସ୍କୁଲ କମିଟି ପକ୍ଷରୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଉକ୍ତ ଖାଲଟିକୁ ପୋତା ଯାଇନଥିବାରୁ ସେଠାରେ ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଥିସହ ମଶା ବଂଶ ବୃଦ୍ଧି ପାଇବା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଓ କୁମୁଟିଗୁଡା ବସ୍ତିବାସନ୍ଦାଙ୍କୁ ମେଲେରିଆ ଜ୍ୱର ହେବା ନେଇ ଆଶଙ୍କା ପ୍ରକାଶ ପାଉଛି।

ସେହିପରି ବର୍ଷା ଦ୍ୱାରା ଗୋବିନ୍ଦପାଲି ଘାଟି ସପ୍ତଧାରା ନଦୀ ଜଳ ଉଛୁଳି ନିଚା ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ପାଣି ଚାଲିବା ଦ୍ୱାରା ଜୟପୁର-ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଦୁଇ ପାର୍ଶ୍ୱରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଯାନବାହନ ଚଲାଚଳ ଠପ ହୋଇଯାଇଥିଲା। ଆଜି ସକାଳ ୯ ଟାରେ ମାଲକାନଗିରି ସହରରେ ପ୍ରବଳ ବର୍ଷା ହେବା ଦ୍ୱାରା ଜାତୀୟ ରାଜପଥରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ପାଣିର ସୁଅ ଛୁଟି ଥିଲା। ବର୍ଷା ଯୋଗୁ ଅନ୍ଧାର ହୋଇଯାଇଥିବାରୁ ଟ୍ରକ୍ ଓ ବସ୍ ଗୁଡିକ ଲାଇଟ୍ ଲଗାଇ ପାଣି ସ୍ରୋତରେ ଯାତାୟତ କରୁଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲାର ୭ ବ୍ଲକ୍‌ରେ ୨୪ ଘଣ୍ଟା ମଧ୍ୟରେ ସର୍ବ ମୋଟ ୩୪୩ ମିଲିମିଟରେ ବର୍ଷା ହୋଇଥିବା ବେଳେ ସମଗ୍ର ଜ଼ିଲ୍ଲାରେ ହାରାହାରି ୪୯.୦୧ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ମାଲକାନଗିରି ବ୍ଲକ ଅଞ୍ଚଳରେ ୩୨.୮ ମିଲିମିଟର ବର୍ଷା, ମାଥିଲି ବ୍ଲକରେ ୯୬ ମିଲି ମିଟର ବର୍ଷା, ଖଇରପୁଟ ବ୍ଲକରେ ୮୨ ମିଲି ମିଟର ବର୍ଷା,କୋରୁକୋଣ୍ଡା ବ୍ଲକରେ ୨୬ ମିଲି ମିଟର, ଚିତ୍ରକୋଣ୍ଡା ବ୍ଲକରେ ୬୦ ମିଲି ମିଟର, କାଲିମେଳା ବ୍ଲକରେ ୨୮ ମିଲି ମିଟର, ପଡିଆ ବ୍ଲକ ରେ ୧୮.୩ ମିଲିମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.