ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଶୁକ୍ରବାର ଠାରୁ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧି ଦଳ ନେତା ନବୀନ

Published By : Suraj Kumar | October 10, 2024 11:13 PM

ଭୁବନେଶ୍ବର, ୧୦।୧୦ :   ଶୁକ୍ରବାର ଠାରୁ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ୯ଟି ପୂଜା ମଣ୍ଡପ ବୁଲି ମା’ଙ୍କ ଆର୍ଶିବାଦ ନେବେ । ସେହିଭଳି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ୩ଟି ପୂଜା ମଣ୍ଡପ ବୁଲି ମା’ଙ୍କ ଆର୍ଶିବାଦ ନେବେ । 

ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରର ୯ଟି ପୂଜା ମଣ୍ଡପ ବୁଲିବେ ଏବଂ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରୁ ମଣ୍ଡପ ବୁଲିବା ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବୁଲିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଓଲଡ ଟାଉନ ପାଟଣା ସାହିରୁ ବୁଲିବା ଆରମ୍ଭ ହୋଇ ପରେ ସୁନ୍ଦରପଦା, ବରମୁଣ୍ଡା,ନୟାପଲ୍ଲୀ,ରସୁଲଗଡ,ସହିଦ ନଗର,ବମିଖାଲ,ଲକ୍ଷ୍ମିସାଗର, ଏବଂ  ଶେଷରେ  ଷ୍ଟେସନ ବଜାର ପୂଜା ମଣ୍ଡପ ବୁଲିବେ  । ୧୨ ତାରିଖ ଦିନ କଟକ ଗସ୍ତରେ ଯାଇ ବିଭିନ୍ନ  ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ୧୩ ତାରିଖରେ କେଉଁଝରରେ ବିଭିନ୍ନମଣ୍ଡପ ବୁଲିବାର  କାର୍ଯ୍ୟକ୍ରମ  ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହମନ୍ତ୍ରୀ ମଣ୍ଡଳର ଅନେକ ସଦସ୍ୟ ମଧ୍ୟ ବିଭିନ୍ନ  ପୂଜା ମଣ୍ଡପ ବୁଲିବେ । ମଣ୍ଡପ ବୁଲିବା ସମୟରେ ଜଗତ ଜନନୀ ମା’ ଙ୍କୁ ଦର୍ଶନ କରିବା ସହିତ ଲୋକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ।

ସେପଟେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ବି ଭୁବନେଶ୍ବରର ୩ଟି ପୂଜା ମଣ୍ଡପ ବୁଲିବେ । ଶୁକ୍ରବାର ପୂର୍ବାହ୍ନ ଦିନ ୧୦.୪୫ ସମୟରେ ରସଲଗଡ ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ । ଏହା ପରେ ୧୧.୦୫ରେ ସହିଦ ନଗର ପୂଜା ମଣ୍ଡପ ବୁଲିବେ। ଏହା ପରେ ୧୧.୨୫ରେ ବଡଗଡ ପୂଜା ମଣ୍ଡପକୁ ଯାଇ ମା’ଙ୍କ ଆର୍ଶିବାଦ ନେବେ । ଏହା ପୂର୍ବରୁ ନବୀନ ପଟ୍ଟନାୟକ ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପ ଯାଇ ଗଜାନନଙ୍କୁ ଦର୍ଶନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.