ଗାଜିଆବାଦ : ଗାଜିଆବାଦ ଜିଲ୍ଲାର ଖୋଡା ଅଞ୍ଚଳରେ ସୂର୍ଯ୍ୟ ହତ୍ୟାକାଣ୍ଡ ପରେ ପୁଲିସ ଓ ଜିଲ୍ଲା ପ୍ରଶାସନ ଅପରାଧିଙ୍କ ବିରୋଧରେ ବଡ଼ ଅଭିଯାନ ଆରମ୍ଭ କରିଛି। ‘ଅପରେସନ କ୍ଲିନ ସ୍ୱିପ୍‌’ ଅନୁସାରେ ତିନି ଦିନ ଧରି ସଂପୃକ୍ତ ଅଞ୍ଚଳରେ ହିଷ୍ଟ୍ରିସିଟର , ଗୁଣ୍ଡା ଓ ଅସମାଜିକ ବ୍ୟକ୍ତିଙ୍କ ଘର ଉପରେ ଲଗାତାର ଚଢାଉ କରାଯାଉଛି। ପୁଲିସ୍ ଟିମ୍‌ ଚିହ୍ନଟ ଅପରାଧିଙ୍କ ଘର ଉପରେ ଚଢାଉ କରିବା ସହ ସନ୍ଦିଗ୍ଧ ଲୋକଙ୍କୁ ପଚରାପଚରି କରି ତାଙ୍କର ଯାଞ୍ଚ ମଧ୍ୟ କରୁଛି। ସେପଟେ ମଙ୍ଗଳବାର ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ଖୋଡାର ତିନୋଟି ମଦରସାକୁ ସିଲ୍ କରିଛି। ଏହି ସମୟରେ ବହୁ ସଂଖ୍ୟାରେ PAC ଓ RAF  ଯବାନ ମୁତୟନ ଅଛନ୍ତି।

  • ଡ୍ରୋନ୍ କ୍ୟାମେରାରେ କରାଯାଉଛି ଅନୁଧ୍ୟାନ –​​​​​​​

ଡିଏମ୍‌ ରବିନ୍ଦ୍ର କୁମାର ମାନ୍ଦଡଙ୍କ କହିବାନୁସାରେ, ସଂପୃକ୍ତ ଅଞ୍ଚଳରେ ଅପରାଧ ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ସଂପୂର୍ଣ୍ଣ ରୋକ୍‌ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିରୀକ୍ଷଣ ବଢାଇବା ପାଇଁ ଡ୍ରୋନ୍‌ କ୍ୟାମେରା , ସ୍ନିଫର ଡଗ୍ସ ଓ ଅନ୍ୟ ଆଧୁନିକ ଉପକରଣର ସାହାଯ୍ୟ ନିଆଯାଉଛି। କୌଣସି ପ୍ରକାରର ଅପରାଧିକ କାର୍ଯ୍ୟକଳାପକୁ ସମୟ ପୂର୍ବରୁ ରୋକିବା ଉପରେ ଜୋର ଦିଆଯାଉଛି।  

କହି ରଖୁଛୁ କି, ଏହି ଅଭିଯାନ ସୂର୍ଯ୍ୟ ହତ୍ୟାକାଣ୍ଡ ପରେ ଆରମ୍ଭ କରାଯାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଅସଦକୁ ପୁଲିସ ଏନକାଉଣ୍ଡରରେ ମାରି ଦିଆ ଯାଇଥିଲା। ପୁଲିସ ଅଧିକାରୀଙ୍କ କହିବାନୁସାରେ, ସଂପୃକ୍ତ ଅଞ୍ଚଳରେ ଆଇନ-ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ ଅପରାଧିକ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।ଡିଏମ ରବିନ୍ଦ୍ର କୁମାର ମାନ୍ଦଡ କହିଛନ୍ତି, ସେହି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ମଦରସା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଉଛି। ପାଖାପାଖି ତିନୋଟି ଏମିତି ମଦରସାକୁ ଚିହ୍ନଟ କରାଯାଇଛି , ଯାହାକି ବେଆଇନ ଭାବେ ଚାଲିଛି।  ସେଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  

 

ଖୋଡା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବା ପାଇଁ ପୁଲିସ ବାହିନୀ ସହ ପିଏସି ଓ ଆରଏଏଫକୁ ମଧ୍ୟ ଘଟଣାସ୍ଥଳକୁ ଡ଼କାଯାଇଛି। ପ୍ରଶାସନ ପକ୍ଷରୁ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ୍ଚ ବାହାରିବାର ପ୍ରସ୍ତୁତି କରାଯାଉଛି।

ଆହୁରି ମଧ୍ୟ ପଢନ୍ତୁ - Encounter News : ଗାଜିଆବାଦ ଛାତ୍ର ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଅସଦକୁ ଏନ୍‌କାଉଣ୍ଟର କଲା ପୁଲିସ

​​​​​​​ଦେଖନ୍ତୁ ଏହି ଭିଡ଼ିଓ - ଜଗତସିଂହପୁର ଜିଲ୍ଲାରେ ମଦ ଦୋକାନ ପାଇଁ ଚାଲିଛି ଲଟେରୀ , ଜିଲ୍ଲାପାଳଙ୍କ ଉପସ୍ଥିତିରେ ଲଟେରୀ ଉଠାଣ ଚାଲିଛି..