ବାଲିପାଟଣା, ୧୪।୮ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଖମଙ୍ଗ ଶାସନ ଗ୍ରାମରେ ଅଭାବନୀୟ ଘଟଣା । ମାଆକୁ ହାଣି ହତ୍ୟା କଲା ନୃଶଂସ ପୁଅ । ମୃତକ ଜଣକ ହେଲେ ଖମଙ୍ଗ ଶାସନ ଗ୍ରାମର ସଞ୍ଜୁ ସ୍ଵାଇଁ ।
ଖମଙ୍ଗ ଶାସନ ଗ୍ରାମର ସଞ୍ଜୁ ସ୍ଵାଇଁ ଘରେ ଥିବା ବେଳେ ପୁଅ ବାଦଲ ନିଶାସକ୍ତ ଅବସ୍ଥାରେ ପହଁଞ୍ଚି ମାଆ କୁ ମାର ଧର କରିଥିଲେ । ପରେ ଏକ କଟୁରୀ ଆଣି ସଞ୍ଜୁଙ୍କ ବେକ, ହାତ ,ଗୋଡକୁ ଚୋଟ ମାରିଥିଲା । ଘଟଣା ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗାଁ ଲୋକ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ସଞ୍ଜୁଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସଞ୍ଜୁଙ୍କୁ କ୍ୟାପିଟାଲ୍ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଆକ୍ରମଣକାରୀ ପୁତ୍ର ବାଦଲକୁ କାବୁ କରିଛି |