ଭୁବନେଶ୍ୱର ୨୯/୦୭: ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢ଼ାଉ। ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରଖିଛି।  ଏହି ଚଢାଉରେ ୭ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର,ଜଣେ ଏସ୍‌ଆଇ,୧୧ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । 

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ  R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ପଶିଥିଲା ଭିଜିଲାନ୍ସ। ଏକାକାଳୀନ ୧୦ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ତିନି ମହଲା ବିଲ୍ଡିଂ, କସମୋପୋଲିସ୍‌ରେ ଦୁଇଟି ଫ୍ଲାଟ୍, ପାହଳ ସିମ୍ପୋନି ମଲରେ ଏକ ଦୋକାନ, ଡୁମୁଡୁମା ଦାମୀ ପ୍ଲଟ୍,ଜାଗମରା ବରବାରରେ ASN ଇନ୍‌ଫ୍ରାଷ୍ଟ୍ରକ୍ଟର କମ୍ପାନୀ,ଅଫିସ  ନୟାଗଡ଼ରେ ଘର, ସମ୍ପର୍କୀୟଙ୍କ ଘର ସହ ପଟିଆରେ ଥିବା ସମ୍ପର୍କୀୟ ଘରେ ରେଡ୍ କରିଛି ଭିଜିଲାନ୍ସ।