ପ୍ରମୂଖ ଖବର
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

'SIR' ଏବଂ 'ଭୋଟ୍ ଚୋରି' ପ୍ରସଂଗ; ମୁଖ୍ୟ ନିର୍ବାଚନ ଆୟୋଗଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

Published By : Ankita S | August 18, 2025 12:02 PM

ନୂଆଦିଲ୍ଲୀ,୧୮/୦୮: ବିହାର ଏସ୍‌ଆଇଆର ଓ 'ଭୋଟ ଚୋରି' ଅଭିଯୋଗକୁ ନେଇ ରାଜନୀତି ସରଗରମ ରହିଛି । ବିହାରର ଭୋଟ୍ ତାଲିକା ଯାଞ୍ଚ ନେଇ ନିର୍ବାଚନ କମିଶନ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସେପଟେ ବିହାରରେ 'ଭୋଟର ଅଧିକାର ଯାତ୍ରା' ଚଳାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି (ସୋମବାର) ସଂସଦ ଭବନରେ ଅନୁଷ୍ଠିତ ଇଣ୍ଡି ମେଣ୍ଟ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ଆଲୋଚନା ହୋଇଛି । ଆବଶ୍ୟକ ପଡିଲେ ନିୟମ ଅନୁଯାୟୀ ମହାଭିଯୋଗ ପ୍ରସ୍ତାବ ଆଣି ସିଇସିଙ୍କୁ ପଦରୁ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇପାରିବ ବୋଲି ବିରୋଧୀ ନେତା ସହମତ ପ୍ରକାଶ କରିଛନ୍ତି ।

'ଲୋକତନ୍ତ୍ରର ସବୁ ଅସ୍ତ୍ର ବ୍ୟବହାର କରିବୁ-' ମୁଖ୍ୟ ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର ଉପରେ କଂଗ୍ରେସ ରାଜ୍ୟସଭା ସାଂସଦ ସାୟଦ ନାସିର ହୁସେନ କହିଛନ୍ତି, ''ଯଦି ଦରକାର ପଡିଲେ, ଆମେ ଲୋକତନ୍ତ୍ରର ସବୁ ଅସ୍ତ୍ର ବ୍ୟବହାର କରିବୁ । ଆମେ ପ୍ରସ୍ତୁତ । ମହାଭିଯୋଗ ପ୍ରସ୍ତାବ ଉପରେ କୌଣସି ଆଲୋଚନା ହୋଇନାହିଁ କିନ୍ତୁ ଦରକାର ପଡିଲେ ଆମେ କିଛି ବି କରିପାରିବୁ ।''

ସଂସଦ ବାହାରେ ଇଣ୍ଟି ମେଣ୍ଟର ବିକ୍ଷୋଭ- ବିହାର ଏସ୍‌ଆଇଆର ଓ 'ଭୋଟ ଚୋରି'କୁ ନେଇ ମୌସୁମୀ ଅଧିବେଶନରେ ସଂସଦ ବାହାରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବିରୋଧୀ ଦଳ ସାଂସଦମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି । ''ଭୋଟ ଚୋର'' ଗାଦି ଛାଡ,ଏସଆଇଆର ଫେରାଇ ନିଆ କହି ଶାସକ ଓ ନିର୍ବାଚନ କମିଶନଙ୍କ ବିରୋଧରେ ନାରାବାଜି ଦେଇଛନ୍ତି ।

କହି ରଖୁଛି କି, ରବିବାରଠୁ ବିହାରରେ 'ଭୋଟର ଅଧିକାର ଯାତ୍ରା' ଆରମ୍ଭ ହୋଇଛି । ଏଥିରେ ୧୩ ଶହ କିମି ଯାତ୍ରା ପୂରଣ କରିବେ ବିରୋଧୀ ।  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳ ନେତାମାନଙ୍କ ‘ଭୋଟ ଚୋରି’ ଅଭିଯୋଗକୁ  ନିର୍ବାଚନ କମିଶନ (ଇସି) ଖଣ୍ଡନ କରିଛନ୍ତି । ଏଭଳି ଅଭିଯୋଗ ଦେଶର ସମ୍ବିଧାନ ପ୍ରତି ଅସମ୍ମାନ ବୋଲି ଇସି ଦର୍ଶାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.