ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର

Published By : Harapriya Sethi | May 16, 2025 12:30 PM

ସିମୁଳିଆ,୧୬/୦୫ : ଭଦ୍ରକରୁ ବାଲେଶ୍ୱର ଆଡ଼କୁ ବେଆଇନ ଭାବେ ଯାଉଥିବା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ସିମୁଳିଆ ପୁଲିସ ୧୬ ନମ୍ୱର ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ କାଂଶବାଂଶ ନଦୀ ପୋଲ ନିକଟରେ ଧରିବାରେ ସଫଳ ହୋଇଛି । ଜବତ ହୋଇଥିବା ଗାଡ଼ିରୁ ୬ ଟି ଗୋରୁ ଉଦ୍ଧାର ହୋଇଥିବାବେଳେ ଗାଡି ଚାଳକ ଏବଂ ହେଲପର୍‌ ଫେରାର ହୋଇଯାଇ ଥିବାର ସୂଚନା ମିଳିଛି।

ସୂଚନା ମୁତାବକ, ଆଜି ସକାଳ ସମୟରେ ୧୬ ନମ୍ୱର ଜାତୀୟ ରାଜପଥରେ ବାଲେଶ୍ୱର ଆଡ଼କୁ ଏହି ପିକଅପ୍‌ ଭ୍ୟାନ ଗୋରୁ ବୋଝେଇ କରି ଯାଉଥିବାର ସିମୁଳିଆ ପୁଲିସ ସୂଚନା ପାଇଥିଲା । ଗାଡିଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୁଲିସ । ହେଲେ ପିକଅପ୍ ଡ୍ରାଇଭର ଗାଡିକୁ ଦ୍ରୁତ ଗତିରେ ନେଇଯାଇଥିଲେ । ପୁଲିସ ଧରିବା ପାଇଁ ଗାଡିକୁ ଗୋଡ଼ାଇ ଥିଲା ହେଲେ ଥାନା ଠାରୁ ପ୍ରାୟ ୬ କିମି ଦୂର କାଂଶବାଂଶ ନଦୀ ପୋଲ ନିକଟରେ ପିକଅପ୍‌ ଟିକୁ ଛାଡ଼ିଦେଇ ଡ୍ରାଇଭର ଓ ହେଲପର୍‌ ଫେରାର ହୋଇଯାଇଥିବାର ସୂଚନା ମିଳିଛି । ପୁଲିସ ପିକଅପ୍‌ ଟିକୁ ଥାନାକୁ ଆଣିବା ପରେ ଗାଡ଼ିରେ ୫ ଟି ଗାଈ ଏବଂ ଗୋଟିଏ ବଳଦ ଥିବାର ସୂଚନା ମିଳିଛି । ପୁଲିସ ଗୋରୁ ଗୁଡିକୁ ନିକଟସ୍ଥ ମଇତାପୁର ଗୋଶାଳାରେ ଜିମା ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.