ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ବର୍ଷା ଜଳ ନିଷ୍କାସନ ଆଳରେ ସିଏମ୍‌ସିର ହରିଲୁଟ୍‌ ଯୋଜନା! ‘ପରାମର୍ଶ ସେବା’ ପାଇଁ ୪ କୋଟିର ଟେଣ୍ଡର୍‌

Published By : Prameya | January 20, 2025 2:23 PM

କଟକ, ୨୦/୦୧: କଟକ ସହରକୁ ଜଳବନ୍ଦୀ-ମୁକ୍ତ କରିବା ତଥା ସହରରୁ ବର୍ଷାଜଳ ନିଷ୍କାସନ କରିବା ଆଳରେ ପୁଣି ପୁଳା ପୁଳା  ଟଙ୍କା ହରିଲୁଟ୍‌ ଯୋଜନା ଆରମ୍ଭ କରିବାକୁ ଯାଉଛି କଟକ ମହାନଗର ନିଗମ । ଆସନ୍ତା ୩  ବର୍ଷ ପାଇଁ ପୁଣି ଏକ ପ୍ରୋଗାମ୍‌ ମ୍ୟାନେଜ୍‌ମେଣ୍ଟ୍‌ କନ୍‌ସଲ୍‌ଟାଣ୍ଟ୍‌ (ପିଏମ୍‌ସି) ସର୍ଭିସ୍‌ କାର୍ଯ୍ୟକ୍ଷମ କରାଯିବ । ପାଖାପାଖି ୧୫ ଜଣ ଯନ୍ତ୍ରୀ ଓ  ଏକ୍ସପର୍ଟଙ୍କୁ ନେଇ ଗଠନ ହେବାକୁ ଥିବା  ଏହି ପିଏମ୍‌ସି ସହରର ବର୍ଷା ଜଳ ନିଷ୍କାସନ କ୍ଷେତ୍ରରେ ଡ୍ରେନ୍‌ ନିର୍ମାଣ ଦିଗରେ ପରାମର୍ଶ  ପ୍ରଦାନ କରିବା ସହିତ ପୂରା ବ୍ୟବସ୍ଥାର ତଦାରଖ କରିବ । ଅର୍ଥାତ୍‌ ପରାମର୍ଶ ସେବା ଯୋଗାଇବ ।   

ବିସ୍ମୟର କଥା ହେଉଛି ଯେ, ସିଏମ୍‌ସିରେ  ନିଜର ୨୫ରୁ ଅଧିକ ଅଭିଜ୍ଞ ଯନ୍ତ୍ରୀ ରହିଛନ୍ତି ।  ସେମାନଙ୍କୁ ସହଯୋଗ କରିବା ପାଇଁ ପିଏମ୍‌ୟୁ ସେଲ୍‌ରେ ଅନେକ ଯନ୍ତ୍ରୀ ବି ରହିଛନ୍ତି । ଏମାନଙ୍କୁ  ଛାଡ଼ି ପୁଣି ୩ ବର୍ଷ ପାଇଁ ପରାମର୍ଶ ସେବା  ଯୋଗାଇବାକୁ ପିଏମ୍‌ସି କାର୍ଯ୍ୟକ୍ଷମ ହେବ । ଏଣୁ ସିଏମ୍‌ସି କର୍ତ୍ତୃପକ୍ଷ ପିଏମ୍‌ସି ଆଳରେ ୪  କୋଟିର ଟେଣ୍ଡର୍‌ ଡାକିବା ଅନେକ ପ୍ରଶ୍ନବାଚୀ  ସୃଷ୍ଟି କରିଛି । କେବଳ ସେତିକି ନୁହେଁ, ଏହି ୪  କୋଟି ଟଙ୍କାର ଟେଣ୍ଡର୍‌ ସମ୍ପର୍କରେ କାଉନ୍‌ସିଲ୍‌  ଆଦୌ ଅବଗତ ନଥିବାରୁ ଟେଣ୍ଡର୍‌ର  ସ୍ୱଚ୍ଛତା ଉପରେ ବି ସନ୍ଦେହ ପ୍ରକାଶ ପାଇଛି ।   କଟକ ସହରରେ ଡ୍ରେନ୍‌ ବ୍ୟବସ୍ଥା ସହିତ  ସମସ୍ତ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ  ସିଏମ୍‌ସିର ସ୍ୱତନ୍ତ୍ର ଯନ୍ତ୍ରୀ ବିଭାଗ ରହିଛି । ଏହି  ବିଭାଗରେ ପୂର୍ଣ୍ଣ ଅଭିଜ୍ଞତା ସଂପନ୍ନ ଜଣେ ନଗର  ଯନ୍ତ୍ରୀ, ୩ଜଣ ନିର୍ବାହୀ ଯନ୍ତ୍ରୀ, ୩ ଜଣ ସହକାରୀ  ଯନ୍ତ୍ରୀ, ୧୨ ଜଣ ପାଖାପାଖି କନିଷ୍ଠ ଯନ୍ତ୍ରୀ(ଜେଇଇ)  ଓ ୧୫ ଜଣ ପାଖାପାଖି ୱାର୍କସରକାର ରହିଛନ୍ତି ।  

ସେମାନଙ୍କୁ ସହଯୋଗ କରିବା ପାଇଁ ୩ ବର୍ଷ ହେବ  ଏକ ପ୍ରୋଗ୍ରାମ୍‌ ମ୍ୟାନେଜ୍‌ମେଣ୍ଟ୍‌ ୟୁନିଟ୍‌ (ପିଏମ୍‌ୟୁ)  ସେଲ୍‌ ରହିଛି । ସେଠାରେ ମଧ୍ୟ ୫ ରୁ ଅଧିକ ଅଭିଜ୍ଞ  ଯନ୍ତ୍ରୀ ରହିଛନ୍ତି । ସରକାରୀ ଯନ୍ତ୍ରୀମାନଙ୍କ ଦରମା  ବାଦ୍‌ ସିଏମ୍‌ସି ପାଣ୍ଠିରୁ ପିଏମ୍‌ୟୁ ସେଲ୍‌ ବାବଦକୁ  ମାସିକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏବେ  ପୁଣି ଅଧିକରୁ ଅଧିକ ଯନ୍ତ୍ରୀ ଆବଶ୍ୟକ କରାଯିବା  ସହିତ ସିଏମ୍‌ସି ୪ କୋଟି ଟଙ୍କାର ଟେଣ୍ଡର୍‌ ଆହ୍ୱାନ  କରିଛି । ତେବେ ଏତେ ସଂଖ୍ୟକ ଯନ୍ତ୍ରୀ ଥାଇ ମଧ୍ୟ  ସେମାନେ କିଭଳି ଫେଲ୍‌ ମାରିଲେ ତାହାକୁ ନେଇ  ଚିନ୍ତା । ଏ ସମ୍ପର୍କରେ ପୂର୍ବରୁ କାଉନ୍‌ସିଲ୍‌ରେ  ଅନୁମୋଦନ କରାନଯିବା କିମ୍ବା ଆଲୋଚନା  ହୋଇନଥିବା ୱାର୍କସ୍‌ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ  ପ୍ରଦୀପ୍ତ କିଶୋର ଖୁଣ୍ଟିଆ ଅଭିଯୋଗ ଆଣିଛନ୍ତି ।   

ବିରୋଧୀ ଦଳ କର୍ପୋରେଟର ସନ୍ତୋଷ  ଭୋଳ କହିଛନ୍ତି ଯେ, ଏହା କେବଳ ଟଙ୍କା ହରିଲୁଟ୍‌  କରିବାର ନୂଆ ବାଟ । କମିସନର ଅନାମ ଚରଣ  ପାତ୍ର ମଧ୍ୟ ଏହି ଯୋଜନାକୁ ସମାଲୋଚନା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.