ନୂଆଦିଲ୍ଲୀ,୧୭।୮:  ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଦୁଇ ପକ୍ଷରୁ ଏୟାରଷ୍ଟ୍ରାଇକ୍ ଚାଲିଛି। ଏହା ମଧ୍ୟରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ୩୦୦ ରୁ ଅଧିକ ୟୁକ୍ରେନ୍‌ ଡ୍ରୋନ୍‌କୁ ଆମେ ନଷ୍ଟ କରିଛୁ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ୟୁକ୍ରେନ୍ ଡ୍ରୋନ୍ ସପସନ୍ ମିସାଇଲ ଆଡ୍ଡା ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାକୁ ସେହି ସମୟରେ ନଷ୍ଟ କରି ଦିଆଯାଇଥିଲା। ମନ୍ତ୍ରଣାଳୟ କହିଛି, ଡୋନଷ୍ଟକରେ ଜୋରଦାର ଲଢେଇ ଚାଲିଛି, ଯେଉଁଠି ୟୁକ୍ରେନ ସେନା ରୁଷକୁ ରୋକିବାର ଚେଷ୍ଟା କରୁଛନ୍ତି। 

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ବୟାନ ଅନୁସାରେ, ରୁଷ ସେନା ଡୋନଷ୍ଟକ୍‌ର ଜୋଲୋଟି କୋଲୋଡିୟାଜରେ ଭଲ ସ୍ଥିତିରେ ରହିଛି। ତେବେ ୟୁକ୍ରେନ୍ ସମର୍ଥକ ନକ୍ସାରୁ ଜଣାପଡିଛି ଯେ, ୟୁକ୍ରେନ୍ ସେନା ରୁଷ ଉପରେ ଭାରି ପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ମିସାଇଲ ଆଡ୍ଡା ଉପରେ ଆକ୍ରମଣ ପାଇଁ ଫାଇଟର ପ୍ଲେନ, ଡ୍ରୋନ୍ ଓ ମିସାଇଲର ଉପଯୋଗ କରାଯାଇଥିଲା।  ଏୟାର ଡିଫେନ୍ସ ସିଷ୍ଟମ ୩୦୦ରୁ ଅଧିକ ୟୁକ୍ରେନ ଡ୍ରୋନ୍‌କୁ ନଷ୍ଟ କରିଦେଇଥିଲା।

ଦୁଇ ଦିନ ପୂର୍ବରୁ ଆଲାସ୍କାରେ ରୁଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଭିତରେ ବୈଠକ ହୋଇଥିଲା। ଏହି ସାକ୍ଷାତ ପରେ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କିଙ୍କୁ ଓ୍ବାଶିଂଟନ ଡକାଇଛନ୍ତି।  କୁହାଯାଉଚି ଯେ, ଯୁଦ୍ଧକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏହା ଭିତରେ ରୁଷ ଉପରେ ୟୁକ୍ରେନ୍ ଏହି ବଡ଼ ଧରଣର ଡ୍ରୋନ୍ ହମଲା କରିଛି। ଏହା ସହ ସ୍ପଷ୍ଟ ବାର୍ତ୍ତା ମଧ୍ୟ ଦେଇଛି ସେ ଏତେ ସହଜରେ ଯୁଦ୍ଧରୁ ଓହରି ଯିବନି। ନିଜର ସର୍ତ୍ତର ପୂରଣ ହେଲେ ଅସ୍ତ୍ରବିରତି କରିବ।