ବାଲେଶ୍ବର, ୨୧।୫ : ପୋଖରୀରେ ଗାଧୋଇଲା ବେଳେ ବୁଡିଗଲେ ନାବାଳକ ଛାତ୍ର ।ବାଲେଶ୍ୱର ସ୍ଥିତ ମଠ ସାହି ନିକଟରେ ଥିବା ହରଗଙ୍ଗା ପୋଖରୀରେ ଅଘଟଣ ଘଟିଛି। ମୃତ ନାବାଳକ ଖପରାପଦା ଅଞ୍ଚଳର ସମିର ହୁସେନ(୧୫)।
ପୋଖରୀକୁ ଗାଧୋଇବାକୁ ୫ ଜଣ ସାଙ୍ଗ ଆସିଥିଲେ। ଗାଧୋଉଥିବା ବେଳେ ସମିର ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଏ ନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଓ ଦମକଳ ବାହିନୀ ପହଞ୍ଚିଥିଲେ।ଦେଢ଼ ଘଣ୍ଟା କାଳ ଖୋଜାଖୋଜି କଲା ପରେ ପାଣି ଭିତରୁ ନାବାଳକକୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ଆହୁରି ପଢନ୍ତୁ : କାଳବୈଶାଖୀ ତାଣ୍ଡବ : ଟେଣ୍ଟ ସାମଗ୍ରୀ ତଳେ ଚାପି ହୋଇ ୩ ମୃତ, ଜଣେ ଗୁରୁତର