ବାଲେଶ୍ବର,୨୨/୫ : FM ଛାତ୍ରୀ ଆତ୍ମାହୁତି ମାମଲାରେ ଜିଲ୍ଲା ଜେଲରୁ ବାହାରିଲେ ଫକୀର ମୋହନ କଲେଜର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଲେ ତତ୍କାଳୀନ ପ୍ରିନ୍ସପାଲ ଶ୍ରୀ ଘୋଷ । ୧୦ମାସ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ କାରାଗାରରୁ ବାହାରିଲେ । ମୁଖ୍ୟ ଅଭିଯୁକ୍ତ ପ୍ରଫେସର ସମୀର ସାହୁ ଏବେ ବି ଜେଲରେ ଅଛନ୍ତି ।

ସୂଚନା ଅନୁସାରେ, ଏଫ.ଏମ.ପୀଡିତା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗତ ବର୍ଷ ଜୁଲାଇ ୧୪ରୁ ଆଜି ଯାଏଁ ସେ ବିଚାର ବିଭାଗୀୟ ଜେଲ୍ ହାଜତରେ ଥିଲେ ।