ନୂଆଦିଲ୍ଲୀ – ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ମଙ୍ଗଳବାର ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ର ପୂର୍ବ ଦିନର ରାତ୍ରିଭୋଜନରେ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଅନେକ ବିଦେଶୀ ପ୍ରମୁଖ୍ୟ ବ୍ୟକ୍ତିଙ୍କର ସ୍ୱାଗତ କରିଥିଲେ। ରାତ୍ରିଭୋଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ , ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଖୁବ୍ ଉତ୍ସାହର ସହ ସ୍ୱାଗତ କରି ହାତ ମିଳାଇ ଥିଲେ ଏବଂ ସେ ସଂକ୍ଷିପ୍ତରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ଏହି ସମୟରେ ଏହି ଦୁଇ ଚେହେରାରେ ହସ ଦେଖିବାକୁ ମିଳିଥିଲା।
ଏସ୍ସିଓରେ ଚୀନ ,ଭାରତ , ରୁଷ୍ , ପାକିସ୍ତାନ , ଇରାନ , କାଜାକିସ୍ତାନ , କିର୍ଗିସ୍ତାନ ,ତାଜିକିସ୍ତାନ , ଉଜବେକିସ୍ତାନ ଓ ବେଲାରୁସ୍ ସାମିଲ ଅଛି। ଯାହାକି ଅନ୍ୟ ୧୬ଟି ଦେଶ ପର୍ଯ୍ୟବେକ୍ଷକ ବା ବାର୍ତ୍ତା ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। ପାକିସ୍ତାନ ୨୦୧୭ରେ କାଜାକିସ୍ତାନରେ ଆୟୋଜିତ ଏସସିଓ ଶିଖର ସମ୍ମିଳନୀରେ ପୂର୍ଣ୍ଣ ସଦସ୍ୟ ହୋଇଥିଲା, ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଭାଗ ନେଇ ଥିଲେ। ବର୍ତ୍ତମାନ ସମୟରେ ଏସସିଓର ପ୍ରମୁଖ ପରିଷଦ(ସିଏଚଡି)ର ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଉକ୍ତ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଛନ୍ତି।
ଜୟଶଙ୍କରଙ୍କର ପାକିସ୍ତାନ ଗସ୍ତର କଥା କହିବା ତ ,ପାଖାପାଖି ଏକ ଦଶକର ବ୍ୟବଧ୍ୟାନ ପରେ ଏହା କୌଣସି କେନ୍ଦ୍ରମନ୍ତ୍ରୀଙ୍କର ପାକିସ୍ତାନକୁ ପ୍ରଥମ ଯାତ୍ରା। ଜୟଶଙ୍କର ଯେବେ ପାକିସ୍ତାନ ମାଟିରେ ପାଦ ରଖିଥିଲେ, ପାକିସ୍ତାନର ବିଦେଶ ମନ୍ତ୍ରଣାଳୟର ଦକ୍ଷିଣ ଏସିଆର ମହାନିର୍ଦ୍ଦେଶକ ଇଲିୟାସ ମହମୁଦ ନିଜାମୀ ଓ ଅନ୍ୟ ଅଧିକାରୀମାନେ ନୂର ଖାନ ଏୟାରବେସ୍ରେ ତାଙ୍କର ସ୍ୱାଗତ କରିଥିଲେ।
ଜୟଶଙ୍କର ନିଜର ଯାତ୍ରା ବେଳେ ଦ୍ୱିପାକ୍ଷୀୟ ସମ୍ୱନ୍ଧ ଉପରେ ଆଲୋଚନା କରିବାକୁ ମନା କରିଥିଲେ। ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିଛି କି, ଜୟଶଙ୍କର ଏସସିଓ ବୈଠକରେ ଭାରତର ପ୍ରତିନିଧିତ୍ୱ କରିବେ ଏବଂ ଭାରତ ଏହି ମଞ୍ଚରେ ସକ୍ରିୟ ଭାବେ ସାମିଲ ରହିବ। ହେଲେ ଜୟଶଙ୍କର ପାକିସ୍ତାନରେ ୨୪ ଘଣ୍ଟାରୁ ଅଧିକ ସମୟର ରହିବେ ନାହିଁ ଏବଂ ଏହାପରେ ଭାରତ ଫେରିବେ।