ବାଲେଶ୍ୱର, ୧୩/୦୭ ବାଲେଶ୍ୱରର ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା। ଶନିବାରଠୁ ଭୁବନେଶ୍ୱର ଏମ୍‌ସର ଆଇସିୟୁରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ପୀଡ଼ିତା । ଏବେ ସାରା ରାଜ୍ୟରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଏଭଳି ସମ୍ବେଦନଶୀଳ ଘଟଣା ଗଣମାଧ୍ୟମରେ ପ୍ରଚାର ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଏଚ୍‌ଓଡି ସମୀର ସାହୁଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ଭିତରେ ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ସୁରକ୍ଷା ମାଗିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।  

ସେ ଆହୁରି କହିଛନ୍ତି ଯେ,ସୋମବାରଠୁ ଜିଲ୍ଲାପାଳ ଅଫିସରେ ରିପୋର୍ଟ କରିବ। ଏହା ସମ୍ବେଦନଶର ଘଟଣା ହୋଇଥିବାରୁ କାହାରି ମନରେ କଣ ଥିବ, ବିପଦ ଅଛି। ଯେହେତୁ ତଦନ୍ତ ଚାଲିଛି, ସେଥିପାଇଁ ସୁରକ୍ଷା ମାଗୁଛି।

ଶନିବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଏଚ୍‌ଓଡି ସମୀର ସାହୁଙ୍କୁ ନିଲମ୍ବିତ  କରାଯାଇଥିଲା । ଏଥିସହ ଅଭିଯୁକ୍ତ ତଥା ଏଚ୍‌ଓଡି ସମୀର କୁମାର ସାହୁଙ୍କୁ ପୁଲିସ ଗିରଫ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଶ୍ରୀ ଘୋଷ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ଛାଡ଼ି ପାରିବେନି ବୋଲି ସ୍ପଷ୍ଟ କରାଯାଇଛି । 

ଅପରପକ୍ଷରେ ନିଲମ୍ବନ ନୁହେଁ ଉଭୟ ଅଧ୍ୟକ୍ଷ ଓ ଏଚ୍‌ଓଡିଙ୍କୁ ଚାକିରିର ବହିଷ୍କାର କରିବା ପାଇଁ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଶ୍ରୀ ସାହୁଙ୍କ ନାମରେ ପୂର୍ବରୁ ସମାନ ଅଭିଯୋଗ ଅଛି । ପୂର୍ବରୁ ସେ ଦୁଇଟି କଲେଜରେ ଚାକିରି କରିଥିବାବେଳେ ତାଙ୍କ ନାମରେ ସମାନ ଅଭିଯୋଗ ଆସିଥିଲା। ଏଫଏମରେ ଅଭିଯୋଗ ଆସିଥିଲେ ହେଁ କିଛି ଅଧ୍ୟାପକ ତାଙ୍କୁ ସୁରକ୍ଷା ଦେଇଆସୁଥିଲେ ବୋଲି ଏଫଏମ  କଲେଜର ବିଭିନ୍ନ ଛାତ୍ର ସଙ୍ଗଠନର ଛାତ୍ରନେତା କହିଛନ୍ତି ।  

ସୂଚନାଯୋଗ୍ୟ, ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସାହୁ  ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିବା ଛାତ୍ରୀ  ଅଭିଯୋଗ କରିଆସୁଥିଲେ । ଏନେଇ ସେ ଗତ ୧ ତାରିଖରେ  ମହାବିଦ୍ୟାଳୟର ଇଣ୍ଟନାର କମ୍ପେ୍ଲନ କମିଟିଙ୍କୁ ଦରଖାସ୍ତ  ଦେଇଥିଲେ । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ  ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ପାଞ୍ଚ ଦିନ ଭିତରେ  ତଦନ୍ତ ରିପୋର୍ଟ ଦିଆଯିବ ବୋଲି ତାଙ୍କୁ କୁହାଯାଇଥିଲା ।  ତେବେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ନ୍ୟାୟ  ନ ମିଳିବାରୁ ସେ ଚାପରେ ଥିଲେ । ଶନିବାର ଅଧ୍ୟକ୍ଷଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଅଧ୍ୟକ୍ଷ  ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ ହେଁ ଏଥିରେ ଅସନ୍ତୋଷ  ବ୍ୟକ୍ତ କରି ସେ ଏଭଳି କାର୍ଯ୍ୟପନ୍ଥା ଆପଣାଇଥିଲେ ।