ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରୋଙ୍କ ପରେ କୋ ; ଟେଷ୍ଟ କ୍ରିକେଟକୁ ଅଲବିଦା କହିବେ କୋହଲି, BCCIକୁ ଜଣାଇଲେ ନିଷ୍ପତ୍ତି

Published By : Ankita S | May 10, 2025 1:09 PM

ନୂଆଦିଲ୍ଲୀ,୧୦/୦୫: ମୁଣ୍ଡ ଉପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଏହା ପୂର୍ବୁରୁ ଭାରତକୁ ଲାଗିପାରେ ଝଟକା । ରୋହିତଙ୍କ ପରେ ଅବସର ନେବେ କି କିଙ୍ଗ କୋହଲି ? ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ଏହାପୂର୍ବରୁ ଅଚାନକ ରୋହିତ ଅବସର ନେଇଛନ୍ତି । ଏବେ ବିରାଟ କୋହଲି ସନ୍ନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅବସର ନେଇପାରନ୍ତି । ଇଂଲଣ୍ଡ ଗସ୍ତ ପୂର୍ବରୁ ହିଁ ସେ ସନ୍ନ୍ୟାସ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଏ ନେଇ ସେ ବିସିସିଆଇକୁ ଜଣାଇ ଦେଇଥିବା କୁହାଯାଉଛି । ବିସିସିଆଇ ଏହାକୁ ନେଇ ପୁର୍ନବିଚାର କରିବାକୁ ଆଗ୍ରାହ୍ୟ କରିଛି । ବର୍ତ୍ତମାନ ବିସିସିଆଇର ଟପ୍ ଅଧିକାରୀ ତାଙ୍କ ନିଷ୍ପତ୍ତି ଉପରେ ବିଚାର ବିମର୍ଶ କରୁଛନ୍ତି । ଆସନ୍ତା କିଛି ଦିନ ଭିତରେ ଫାଇନାଲ ନିଷ୍ପତ୍ତି ଆସିପାରେ ।

ଅଧିକ ପଢନ୍ତୁ...ଟେଷ୍ଟ ଦଳରେ ରୋହିତଙ୍କ ସ୍ଥାନ ନେବାକୁ ଦୌଡ଼ରେ ଏକାଧିକ ଖେଳାଳି, ଖୁବ୍‌ଶୀଘ୍ର ନୂଆ ଅଧିନାୟକ ନିଯୁକ୍ତ କରିବ ବିସିସିଆଇ

କୋହଲିଙ୍କ ଟେଷ୍ଟ କ୍ୟାରିୟର- ରନ୍‌ ମେସିନ୍ ବିରାଟ କୋହଲି ୨୦୧୧ରେ ଟେଷ୍ଟ କ୍ୟାରିଆର ଆରମ୍ଭ କରିଥିଲେ । ଏବେ ସୁଦ୍ଧା ସେ ଭାରତ ପାଇଁ ୧୨୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୪୬.୮୫ ଆଭରେଜରେ ୯୨୩୦ ରନ କରିଛନ୍ତି । ଟେଷ୍ଟରେ ତାଙ୍କ ନାମରେ ୩୧ ଅର୍ଦ୍ଧଶତକ ଓ ୩୦ ଶତକ ରହିଛି । ୨୦୧୪ରେ ବିରାଟ କୋହଲି ଟେଷ୍ଟ ଫର୍ମାଟରେ ଅଧିନାୟକତ୍ୱ କରିଥିଲେ । ଟେଷ୍ଟରେ ଅଧିନାୟକତ୍ୱରେ ତାଙ୍କର ଭଲ ରେକର୍ଡ ରହିଛି । ୨୦୧୪-୨୦୨୨ରେ ୬୮ ମ୍ୟାଚରେ ସେ କ୍ୟାପ୍ଟେନ୍ସି କରିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ୪୦ଟି ମ୍ୟାଚ ଜିତିଛି ।

କହି ରଖୁଛୁ କି, କିଛି ଦିନ ତଳେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ବର୍ତ୍ତମାନ ସେ କେବଳ ଦିନିକିଆ ଖେଳିବେ । ପୂର୍ବରୁ ଟି-୨୦ରୁ ଅବସର ନେଇ ସାରିଛନ୍ତି । ତେବେ ତାଙ୍କ ସ୍ଥାନରେ ଟେଷ୍ଟ କ୍ରିକେଟରେ କାହାକୁ ଅଧିନାୟକତ୍ୱ ଦିଆଯିବ ତାହା ଜଣାପଡିନାହିଁ । ଏହା ସହିତ ତାଙ୍କ ସ୍ଥାନରେ କାହାକୁ ଦଳରେ ସୁଯୋଗ ମିଳିବ ତାହା ମଧ୍ୟ ଅସ୍ପଷ୍ଟ । ଯଦି କୋହଲି ଅବସର ନିଅନ୍ତି ତେବେ ଦୁଇ ଅଭିଜ୍ଞ ପ୍ଲେୟାରଙ୍କୁ ହରାଇବା ଦଳ ପାଇଁ ଚିନ୍ତାର କାରଣ ହୋଇପାରେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.