PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଘରକୁ ଯିବାକୁ ବସକୁ ଅପେକ୍ଷା କରିଥିଲେ, ପଲସରରେ ଆସି ଦୁର୍ବୃତ୍ତ  ଝାମ୍ପି ନେଲେ ୧ ଲକ୍ଷ ୮୦ ହଜାର

ଜଳେଶ୍ବର,୬।୭  ଘରକୁ ଯିବା ପାଇଁ  ବସକୁ ଅପେକ୍ଷା କରିଥିଲା ବେଳେ କଳା ପଲସରରେ ଆସି ୧ଲକ୍ଷ ୮୦ହଜାର ଦୁର୍ବୁତ୍ତ  ଝାମ୍ପି ନେଇଛନ୍ତି। ଜଳେଶ୍ବର ଥାନା ଅଧୀନ ବଡବଜାର ଛକରେ ଏହି ଘଟଣା ଘଟିଛି। ଥାନାରେ ଅଭିଯୋଗ ପରେ  ପୋଲିସ ଘଟଣାର ତଦନ୍ତ କରୁଛି।

ପଶ୍ଚିମବଙ୍ଗର ମୋହନପୁର  ଥାନା ଘୋଳି ଗ୍ରାମର ବିନୟ ନାୟକ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲା  ଜଳେଶ୍ୱର ଥାନା ଅଧିନସ୍ଥ ଜଳେଶ୍ୱର ଏକ୍ସିସ  ବ୍ୟାଙ୍କରୁ ୧ଲକ୍ଷ ୮୦ହଜାର ଟଙ୍କା ଉଠାଇଥିଲେ। ଟଙ୍କାକୁ ଏକ ବ୍ୟାଗରେ ରଖି  ବଡ଼ବଜାର ଛକରେ ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ  ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲସରରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଦ୍ରୁତ ଗତିରେ ଚାଲି ଯାଇଥିଲେ । ବିନୟ ଏନେଇ ଜଳେଶ୍ୱର ଥାନାରେ ଲିଖିତ  ଅଭିଯୋଗ କରିଥିଲେ।  ପୋଲିସ ଘଟଣାର ତଦନ୍ତ କରୁଛି।