ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

Published By : Harapriya Sethi | October 9, 2024 8:57 AM

ଲମତାପୁଟ,୦୯/୧୦: ପିକ୍‌ଅପ୍‌ ଗାଡିରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ଓଜନ ୧୦୦ କେଜି ୪୦୦ ଗ୍ରାମ ରହିଥିବାବେଳେ ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବେଲି ଅନୁମାନ କରାଯାଉଛି । ଜଲାପୁଟ ଅଞ୍ଚଳର ବିଭିନ୍ନ ଗ୍ରାମରୁ କିଣି ସେମିଳିଗୁଡା ଅଞ୍ଚଳକୁ ଚୋରା ଚାଲାଣ ହେଉଥିବାବେଳେ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଜଲାପୁଟ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଗଞ୍ଜେଇ କିଣି ସେମିଳିଗୁଡା ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ନନ୍ଦପୁର ପୋଲିସ । ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓ ନେତୃତ୍ଵରେ ଏକ ଟିମ୍ ଗଠନ କରି ନନ୍ଦପୁର ନିକଟରେ ଜଗି ରହିଥିଲା । ଚାଲାଣକାରୀମାନେ ସେହି ବାଟ ଦେଇ ଯାଉଥିବା ବେଳେ ପୋଲିସ କୁ ଦେଖି ଖସି ଯିବା ପାଇଁ ଉଦ୍ୟମ କରିଥିଲେ । ଏହା ଦେଖି ଉକ୍ତ ଗାଡିକୁ ପିଛା କରି ଧରି ଥିଲା ପୋଲିସ । ପରେ ଗାଡିକୁ ଯାଞ୍ଚ କରିବାରୁ ଉକ୍ତ ଗାଡ଼ିରୁ ଗଞ୍ଜେଇ ବାହାରି ଥିଲା । ପରେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବାରୁ ୧୦୦ କେଜି ୪୦୦ ଗ୍ରାମ ଥିବାର ଜଣାପଡ଼ିଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ କହିଥିବା ବେଳେ ଏହି ମାମଲାରେ ଦୁଇ ଜଣ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ଜଲାପୁଟ ଅଞ୍ଚଳର ବିଭିନ୍ନ ଗ୍ରାମରୁ କିଣି ସେମିଳିଗୁଡା ଅଞ୍ଚଳକୁ ଚୋରା ଚାଲାଣ କରୁଥିବାବେଳେ ଏ ନେଇ ନନ୍ଦପୁର ପୋଲିସ ଏକ ଏନଡିପିଏସ ମଲାଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.