କରଞ୍ଜିଆ,୨୫।୫ : ଠାକୁରମୁଣ୍ଡାରେ କାଳବୈଖାଖୀ ତାଣ୍ଡବ। କାଳବୈଶାଖୀ ପ୍ରଭାବରେ ଗଛ ପଡି ଜଣେ ନାବାଳିକା ମୃତ୍ୟୁ ଘଟିଛି। ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିପୋଷି ଗ୍ରାମରେ ଏହି ଘଟଣା ଘଟିଛି।
ଠାକୁରମୁଣ୍ଡାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ବର୍ଷା ଓ ପବନ ହେବାରୁ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିପୋଷିର ବଣସାହିରେ ଜଣେ ନାବାଳିକା ତାଙ୍କ ମା’ ସହ ଏକ ଏକ ନବ ନିର୍ମିତ ଆଜବେଷ୍ଟସ ଘର ମଧ୍ୟରେ ଆଶ୍ରୟ ନେଇଥିଲେ। ପବନ ମାଡ଼ରେ ଘରର ଆଜବେଷ୍ଟସ ଉଡ଼ିଯିବାରୁ ଭୟରେ ପାଖ ଘରକୁ ଦୌଡ଼ି ଯାଉଥିଲେ। ସେହି ସମୟରେ ଘର ପାଖରେ ଏକ ଶାଳ ଗଛର ବଡ଼ ଡାଳ ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା। ନାବାଳିକା ଅଚେତ ହୋଇଯାଇଥିଲେ। ପରେ ନାବାଳିକାଙ୍କୁ ୧୦୮ ଆମ୍ବୁଲାନ୍ସରେ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଅନେକ ଘରର ଛପର ଉଡ଼ିଯାଇଛି। ଗଛ ପଡ଼ି ଠାକୁରମୁଣ୍ଡା- କରଂଜିଆ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି।
ଆହୁରି ପଢନ୍ତୁ : କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ଧନୁଯାତ୍ରା ସ୍ମାରକୀ ଗେଟ୍, ୨ ଗୁରୁତର