PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଓଡ଼ିଶା ଓ ବିହାର ଡ୍ରଗ୍ସ କଣ୍ଟ୍ରୋଲ ଟିମ୍‌ର ଚଢ଼ଉ, ୧୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

ଭୁବନେଶ୍ୱର,୦୨/୦୪: ନକଲି ଔଷଧ କାରବାର ସମ୍ପର୍କରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସଫଳତା । ନକଲି କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ମନୀଷ କୁମାର ଘର ଉପରେ ଚଢ଼ଉ ହୋଇଛି । ଓଡ଼ିଶା ଓ ବିହାର ଆସିଷ୍ଟାଣ୍ଟ ଅଫ୍‌ ଡ୍ରଗ୍‌ସ କଣ୍ଟ୍ରୋଲର ମିଳିତ ଟିମ୍‌ ବିହାର ମୁଜାଫରପୁରରେ ମନୀଷଙ୍କ ଘରୁ ୧୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି । ଟିମ୍‌ ପ୍ରଥମେ ମଧ୍ୟପ୍ରଦେଶ ଭୋପାଳ ଓ ବିହାର ମୁଜାଫରପୁର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ହେଲେ ଅଭିଯୁକ୍ତ ମନୀଷ ଫେରାର ହୋଇଯାଇଛି ବୋଲି ସ୍ୱାସ୍ଥ୍ୟବିଭାଗ ସୂଚନା ଦେଇଛି । ନିକଟରେ କଟକରେ ଚିହ୍ନଟ ହୋଇଥିବା ୨ ନକଲି ଔଷଧ ବେପାରୀଙ୍କ ଭୋପାଳ ଲିଙ୍କ୍‌ ଖୋଜିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି ।

କଟକ ଆସିଷ୍ଟାଣ୍ଟ ଡ୍ରଗସ୍‌ କଣ୍ଟ୍ରୋଲର ଧର୍ମଦେବ ପୁହାଣ, ଆସିଷ୍ଟାଣ୍ଟ ଡ୍ରଗସ୍‌ କଣ୍ଟ୍ରୋଲର ତୁଷାର ରଞ୍ଜନ ପାଣିଗ୍ରାହୀ, ଡ୍ରଗ୍‌ସ ଇନ୍‌ସପେକ୍ଟର ହରପ୍ରିୟା ମଲ୍ଲିକ ପ୍ରମୁଖ ବିହାର ଓ ମଧ୍ୟପ୍ରଦେଶ ଯାଇଥିଲେ । ସେମାନେ ବିହାର ମୁଜାଫରପୁରରେ ଯାଞ୍ଚ କରିଛନ୍ତି । ଟିମ୍‌ ଜାଣିବାକୁ ପାଇଛି , ଅଭିଯୁକ୍ତ ବହୁ ପରିମାଣର ନକଲି ଔଷଧ ମହଜୁଦ୍‌ କରିଛି । ମନୀଷ ଡ୍ରଗ୍‌ ଲାଇସେନ୍ସ ନଥିବା ବେଳେ କିଛି ସଂସ୍ଥାକୁ ଔଷଧ ଯୋଗାଇଛି ।