PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ବର୍ଷର ସବୁଠାରୁ ବଡ଼ ନକ୍ସଲ ଆକ୍ରମଣର ପ୍ରସ୍ତୁତି ! ଛତିଶଗଡ଼-ତେଲେଙ୍ଗାନା ସୀମାରୁ ଟ୍ରାକ୍ଟର ଭର୍ତ୍ତି ବିସ୍ଫୋରକ ଜବତ, ୧୦ ଗିରଫ

ବିଜାପୁର,୨୩।୫: ଛତିଶଗଡ-ତେଲେଙ୍ଗାନା ସୀମାରୁ ୧୦ ଜଣ ନକ୍ସଲ ଗିରଫ। ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି। କୁହାଯାଉଛି ଯେ, ଏକ ଟ୍ରକରେ ଭର୍ତ୍ତି କରି ବିପୁଳ ମାତ୍ରାରେ ବିସ୍ଫୋରକ ବଡ ମାଓବାଦୀ ନେତାଙ୍କ ନିକଟକୁ ନିଆଯାଉଥିଲା। ଏହି ବିସ୍ଫୋରକ ଛତିଶଗଡ କିମ୍ବା ତେଲେଙ୍ଗାନାରେ ଆକ୍ରମଣରେ ପାଇଁ ବ୍ୟବହୃତ ହୋଇଥାନ୍ତା ବୋଲି ସନ୍ଦେହ କରାଯାଉଛି। ଗିରଫ ହୋଇଥିବ ନକ୍ସଲଙ୍କ ମଧ୍ୟରେ ୫ ଜଣ ବିଜାପୁରର ବାସିନ୍ଦା। ସୀମାନ୍ତ ଅଞ୍ଚଳ ତେଲେଙ୍ଗାନାର ଭଦ୍ରାଡି କୋଟାଗୁଡେମରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତେଲେଙ୍ଗାନା ପୋଲିସ ପକ୍ଷରୁ କୁହାଯାଇଛି ଯେ, ନକ୍ସଲ ସଂଗଠନର ସଦସ୍ୟ ପ୍ରବଳ ମାତ୍ରାରେ ବିସ୍ଫୋରକ ନେଇ ମୁଲାକାନାପଲ୍ଲୀ ଓ ଦୁମୁଗୁଡେମ୍‌ର ଏକ ସ୍ଥାନରେ ଥିଲେ। ଏହି ଖବରର ଆଧାରରେ ଭଦ୍ରାଦି କୋଟାଗୁଡମ ପୋଲିସ ଦୁମୁଗୁଡେମ୍‌ ପୋଲିସ ଓ ସିଆରପିଏଫ୍‌ର ୧୪୧ ତମ ବାଟାଲିଅନ୍ ଜବାନଙ୍କ ଏକ ଟିମ୍‌ ଗଠନ କରିଥିଲେ। ଏହାପରେ ଯବାନମାନେ ସ୍ଥାନୀୟ ଅଞ୍ଚଳର ଗାଁ ଓ ପାଖାପାଖି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଅଭିଯାନ ଆରମ୍ଭ କରିଥିଲେ।ଏହି ଅପରେସନ୍‌ରେ ଗାଁ ପାଖରୁ ୧୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରଯାଇଛି।

ପୋଲିସ ଗୋଟିଏ ଟ୍ରାକ୍ଟର, ବୋଲୋରୋ ସହିତ ଦୁଇଟି ବାଇକ୍‌ ମଧ୍ୟ ଜବତ କରିଛି। ଏହି ବାହନର ତଲାସୀ ନେବାପରେ ଏକ ଟ୍ରାକ୍ଟର ଭର୍ତ୍ତି ବିସ୍ଫୋରକ ମିଳିଥିଲା। ଏଥିରେ ପ୍ରାୟ ୯୦ ବଣ୍ଡଲ କାର୍ଡେକ୍ସ ଓ୍ବାୟର, ୫୦୦ ଡିଟୋନେଟର ସହିତ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏହାପରେ ସମସ୍ତଙ୍କୁ ଗିରଫ କରାଯାଇଥିଲା। ପଚରା ଉଚରା ବେଳେ ଜଣାପଡିଛି ଯେ, ୫ ଜଣ ନକ୍ସଲ ତେଲେଙ୍ଗାନା ଓ ୫ ଜଣ ଛତିଶଗଡର ବିଜାପୁର ଜିଲ୍ଲାର ପାମେଡ ଅଞ୍ଚଳରେ ରୁହନ୍ତି। ସମସ୍ତ ଅଭିଯୁକ୍ତ ଗତ କିଛି ବର୍ଷ ହେବ ମାଓବାଦୀ ସଂଗଠନ ପାଇଁ କାମ କରୁଛନ୍ତି।

ସମ୍ବନ୍ଧିତ ଖବର