PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ନବୀନଙ୍କ ସହ ମଞ୍ଚରେ ବସ୍ତିବାସିନ୍ଦା: ୧୦ ହଜାର ବସ୍ତିବାସିନ୍ଦାଙ୍କୁ ଘରର ‘ଅଧିକାର ପତ୍ର’

ଭୁବନେଶ୍ୱର,୬ା୩(ବ୍ୟୁରୋ): ରାଜଧାନୀର ୧୦ ହଜାର ବସ୍ତି ବାସିନ୍ଦାଙ୍କୁ ମିଳିବ ଘର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବସ୍ତି ବସ୍ତି ବାସିନ୍ଦାଙ୍କୁ ‘ଅଧିକାର ପତ୍ର’ ଦେଇଛନ୍ତି । କିଛି ବସ୍ତି ବାସିନ୍ଦାଙ୍କୁ ଚାବି ହସ୍ତାନ୍ତର କରିବା ସହ ୭ଟି ଆବାସ ପ୍ରକଳ୍ପର ଭିତ୍ତି ପ୍ରସ୍ତର ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୬୨ ବସ୍ତିର ଲୋକମାନେ ଏଥିରୁ ଉପକୃତ ହୋଇପାରିବେ ।
ଜନତା ମଇଦାନଠାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବୀନ ପଟ୍ଟନାୟକ କହିଛନ୍ତି, ଗରିବ ଲୋକଙ୍କ ଖୁସିରେ ମୋର ସବୁଠୁ ବଡ଼ ସନ୍ତୋଷ । ସରକାର ଆପଣମାନଙ୍କ ସହ ସବୁବେଳେ ରହିଛି । ସହରରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ବିଜେଡି ସରକାର ଜାଗା ମିଶନ ଆରମ୍ଭ କରିଛନ୍ତି । ମହିଳା, ଚାଷୀ ଓ ସମସ୍ତଙ୍କ ସୁଖ ଦୁଃଖରେ ସେ ରହିଛନ୍ତି । ଗରିବଙ୍କ କଲ୍ୟାଣଙ୍କୁ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଏବେ ସରକାର ଗରିବଙ୍କ ଲାଗି କାମ କରୁଥିବା ବେଳେ ଆଗକୁ ମଧ୍ୟ ଜାରି ରହିବ ବୋଲି ନବୀନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଅକ୍ଷର ଅକ୍ଷରେ ପାଳନ କରାଯାଇଛି । ମିଶନ ଶକ୍ତିରେ ମା’ ମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି । ଏବେ ବିନା ସୁଧରେ ୨୦୦ ଗ୍ରୁପକୁ ଋଣ ଦିଆଯାଇଛି । ୭୬୨ ଗ୍ରୁପକୁ ଏହି ଅବସରରେ ୧୦ ହଜାର ଟଙ୍କା ଲେଖାଁଏ ଦିଆଯାଇଛି । ୧୬ଟି ଫେଡେରେସନ୍‌କୁ ମଧ୍ୟ ସହାୟତା ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୩୦୦ ଶହ କୋଟିର ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ଯେଉଁଥିରେ ହଳଦିପଡିଆ, ଶାନ୍ତିପଲ୍ଲୀ, ନୀଳମାଧବ ବସ୍ତି, ଗାଡକଣ ଓ ଘାଟିକିଆ ଅଞ୍ଚଳରେ ‘ଆବାସ’ର ଭିତ୍ତି ପ୍ରସ୍ତର ଦିଆଯାଇଛି । ୨୦୨୨ ସୁଦ୍ଧା ଏ ଲୋକଙ୍କୁ ନିଶ୍ଚିତ ଗୃହ ମିଳିବ । ଏହାବାଦ୍‌ ଭୁବନେଶ୍ୱର ତିନି ନିର୍ବାଚନମଣ୍ଡଳୀ ପାଇଁ ରାସ୍ତା, ବିଜୁଳି ଓ ଡ୍ରେନେଜ ପ୍ରକଳ୍ପର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଅନ୍ୟ ସରକାରୀ କାର୍ଯ୍ୟକ୍ରମ ଭଳି ଏଠି ମଞ୍ଚରେ କୌଣସି ନେତା ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । ବସ୍ତି ବାସିନ୍ଦା ହିଁ ମୁଖ୍ୟମନ୍ତ୍ରୀଙ୍କ ସହ ପେଣ୍ଡାଲ ସେୟାର କରିଥିଲେ । ଆବାସ ଯୋଜନାରେ ରାଜଧାନୀରେ ଘର ପାଇଁ ଅଧିକାର ପତ୍ର ପାଇଥିବାରୁ ଖୁସି ଜାହିର କରିଥିଲେ । ସଭା ମଞ୍ଚ ତଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମଧ୍ୟ ବିଧାୟକ ବିଜୟ ମହାନ୍ତି, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ ।