PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଗଞ୍ଜେଇ ଚାଲାଣ ମାମଲା, ୩ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ବୌଦ୍ଧ,୨୫/୦୧(ଆପ୍ର); ବୌଦ୍ଧଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ଆଜି ଏକ ଗଂଜେଇ ଚାଲାଣ ମାମଲାର ବିଚାର କରି ତିନି ଅଭିଯୁକ୍ତକୁ ଦଶ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ଏକ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଆଦେଶ ପ୍ରଦାନ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ବୋଲି ତାଙ୍କ ରାୟରେ ଶୁଣାଇଛନ୍ତି । ଅଭିଯୁକ୍ତମାନେ ହେଲେ କୁଇଲିସୂତା ଗ୍ରାମର ଚନ୍ଦନ ବେହେରା,କମିରା ଗ୍ରାମର ବିରେନ୍ଦ୍ର ପ୍ରଧାନ ଓ ଡ୍ରାଇଭର ବାଘପାଲି ଗ୍ରାମର ଲବଣୀ ସେଠୀ ।

ଗତ ୧୯.୮,୨୧ ତାରିଖ ସକାଳ ସମୟରେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଇନ୍ସିପେକ୍ଟର ସାଗରୀକା ପ୍ରଧାନଙ୍କ ନେତୃତ୍ୱରେ ପୁରୁଣାକଟକ ଥାନା ଚାରିଛକ ଅଂଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଫୁଲବାଣୀ ପଟୁ ଏକ ଧଳାରଙ୍ଗର ସ୍କର୍ପିଓ (ଓଡି ୦୨ ଏସ ୫୫୮୮) ଆସୁଥିଲା । ବିଭାଗ ପକ୍ଷରୁ ସ୍କର୍ପିଓ ଗାଡିକୁ ଝାଡରାଜିଙ୍ଗ ନିକଟସ୍ଥ ସ୍ୱାଦିଷ୍ଟ ରେଷ୍ଟୁରାଣ୍ଟ ଠାରେ ଅଟକାଇ ତଲାସି ନିଆଯାଇଥିଲା । ତଲାସି ନେବାରୁ ଗାଡିରୁ ହଲଦିଆ ବସ୍ତାରେ ୨୧ କିଲୋ ଗଂଜେଇ ଥିବା ଜଣାପଡିଥିଲା । ଅବକାରୀ ବିଭାଗ ଗାଡି ସହ ଗଂଜେଇକୁ ଜବତ କରିଥିଲେ । ଗାଡିରେ ଥିବା କୁଇଲିସୂତା ଗ୍ରାମର ଚନ୍ଦନ ବେହେରା,କମିରା ଗ୍ରାମର ବିରେନ୍ଦ୍ର ପ୍ରଧାନ ଓ ଗାଡିର ଡ୍ରାଇଭର ବାଘପାଲି ଗ୍ରାମର ଲବଣୀ ସେଠୀକୁ ଗିରଫ କରାଯାଇଥିଲା । ଏହିମାମଲାରେ ତିନି ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଅଦାଲତ ତିନି ଅଭିଯୁକ୍ତ ଚନ୍ଦନ ବେହେରା, ବିରେନ୍ଦ୍ର ପ୍ରଧାନ ଓ ଲବଣୀ ସେଠୀକୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହ ୧ ଲକ୍ଷ ଟଙ୍କା ଜରିମାନାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ ।