PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଏୟାର ଇଣ୍ଡିଆ ଶୋ ପାର୍କିଂ ଏରିଆରେ ୩୦୦ କାର ଜଳିଗଲା

ବେଙ୍ଗାଲୁର,୨୩।୨: ଏୟାର ଇଣ୍ଡିଆ ଶୋ’ର କାର୍ଯ୍ୟକ୍ରମ ସ୍ଥଳରେ ଥିବା ପାର୍କିଂ ଏରିଆରେ  ଅଗ୍ନିକାଣ୍ଡ ଘଟିବାରୁ ୩୦୦ ରୁ ଅଧିକ କାର ଆଜି ପୋଡି ଯାଇଛି। କୁହାଯାଉଛି ଯେ ପ୍ରଥମେ ଘାସରେ ନିଆଁ ଲାଗିଥିଲା। ଏହାପରେ ଧିରେ ଧିରେ ବ୍ୟାପୀ କାର ପର୍ଯ୍ୟନ୍ତ ନିଆଁ ପହଁଞ୍ଚି ଯାଇଥିଲା। ଦୁର୍ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇଥିବାର ଖବର ମିଳିନାହିଁ।  କର୍ନାଟକ ଅଗ୍ନିଶମ ବିଭାଗର ସୂଚନା ଅନୁସାରେ, ହୁଏତ କୌଣସି କାରରୁ ଲିକ୍ ହୋଇଥିବା ପେଟ୍ରୋଲ କାରଣରୁ ଅଗ୍ନିକାଣ୍ଡ ହୋଇଥାଇ ପାରେ। ଯେତେବେଳେ ଅଗ୍ନିକାଣ୍ଡ ଘଟିଥିଲା ସେ ସମୟରେ ଏୟାର ଇଣ୍ଡିଆର ସକାଳ ଏୟାର ଶୋ’ ଶେଷ ହୋଇଯାଇଥିଲା।

source: https://www.rediff.com

 ଏୟାର ଇଣ୍ଡିଆ ଶୋ’ ପ୍ରଥମ ୩ ଦିନ କେବଳ ନିମନ୍ତ୍ରିତ ଅତିଥିଙ୍କୁ ଆସିବାକୁ ଅନୁମତି ଦିଆଯାଉଥିଳା। ଶେଷ ଦୁଇଦିନ ସାଧାରଣ ଲୋକଙ୍କୁ ଆସିବାକୁ ଅନୁମତି ମିଳିବାରୁ ପ୍ରବଳ ଭିଡ ହୋଇଥିଲା। ଏହି କାରଣରୁ ପାର୍କିଂରେ ଖୁବ୍ ଅଧିକ କାର ରହିଥିଲା। ଏଠାରେ ଉଲ୍ଳେଖନୀୟ ଯେ ଏୟାର ଇଣ୍ଡିଆ ଶୋ’ର ଆରମ୍ଭ ଏକ ଖରାପ ଘଟଣାରୁ ହୋଇଥିଲା। ୟେଲହଙ୍କା ଏୟାରବେସ୍ରୁ ରିହଲସର୍ଲ ପାଇଁ ଉଡୁଥିବା ବାୟୁସେନାର ଏୟାରବୋଟିକ୍ସ ଟିମ୍ ସୂର୍ଯ୍ୟ କିରଣର ଦୁଇଟି ହକ୍ସ ବିମାନ ଆକାଶମାର୍ଗରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଜଣେ ପାଇଲଟ(ଓ୍ବିଙ୍ଗ କମାଣ୍ଡର) ସାହିଲ ଗାନ୍ଧିଙ୍କର ମୃତ୍ୟୁ ହୋଇଥିଲା ବେଳେ ୨ ଜଣ ପାଇଲଟ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର