PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମୋଦି ସରକାରଙ୍କ ଦ୍ୱିତୀୟ ପାଳି: ପ୍ରସ୍ତୁତ ହେଲା ୧୦୦ ଦିନିଆ ଏଜେଣ୍ଡା

ନୂଆଦିଲ୍ଲୀ,୧୩ା୭(ଏଜେନ୍ସି): ଦ୍ୱିତୀୟ ଥର କ୍ଷମତାକୁ ଆସିଛନ୍ତି ନରେନ୍ଦ୍ର ମୋଦି ସରକାର । ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ କ’ଣ ରହିବ ଏଜେଣ୍ଡା ତାହା ପ୍ରସ୍ତୁତ । ୧୦୦ ଦିନରେ ସରକାର ୧୬୭ଟି ରଣନୀତିକ ଯୋଜନାକୁ କାର୍ଯ୍ୟକାରୀ କରିବେ । ଅକ୍ଟୋବର ୧୫କୁ ଡେଡ୍‌ଲାଇନ୍‌ ନିର୍ଦ୍ଧାରଣ କରାଯାଇଥିବା ଜଣାଯାଇଛି ।

ଜୁଲାଇ ୧୦ରେ ସମସ୍ତ ସଚିବମାନଙ୍କୁ ସୂଚିତ କରି କ୍ୟାବିନେଟ ସଚିବ ପ୍ରଦୀପ କେ. ସିହ୍ନା ଏହା କହିଛନ୍ତି । ବିଭିନ୍ନ ବିଭାଗର ସଚିବ ଏବଂ ମନ୍ତ୍ରୀଗୋଷ୍ଠୀଙ୍କ ସୁପାରିସ୍‌କୁ ଭିତ୍ତି କରି ଏହି ଏଜେଣ୍ଡା ପ୍ରସ୍ତୁତ କରାଯାଇଛି ।
୧୦୦ ଦିନ ମଧ୍ୟରେ ସମସ୍ତ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ଫାଙ୍କା ପଡ଼ିଥିବା ୩,୦୦,୦୦୦ ଫ୍ୟାକ୍‌ଲଟି ପଦବୀକୁ ପୂରଣ କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ନେହେରୁ ମେମୋରିଆଲ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀରେ ଦେଶର ପ୍ରଧାନମନ୍ତ୍ରୀମାନଙ୍କୁ ନେଇ ଏକ ମ୍ୟୁଜିୟମ୍‌ର ଢ଼ାଞ୍ଚାକୁ ୧୦୦ ଦିନ ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ସଂସ୍କୃତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଲାଲକିଲ୍ଲାରେ ୩ଟି ନୂଆ ବାରାକ ମ୍ୟୁଜିୟମ୍‌ର ଶୁଭାରମ୍ଭ ଏହି ୧୦୦ ଦିନ ମଧ୍ୟରେ ହେବ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପରିପ୍ରେକ୍ଷୀରେ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ଏହି ଡେଡ୍‌ଲାଇନ୍‌ ଭିତରେ ସାରିବାକୁ ସଂସ୍କୃତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ଯୋଜନାଗୁଡ଼ିକୁ ନିଜ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକାରୀ କରାଇବା ପାଇଁ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାପ୍ତାହିକ ଭିତ୍ତିରେ ସିହ୍ନା ନିଜେ ଏହାର ସମୀକ୍ଷା କରିବେ । ପ୍ରତି ଶୁକ୍ରବାର ସଂନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ସଚିବମାନେ ଯୋଜନାଗୁଡିକର କାର୍ଯ୍ୟାନ୍ୱୟନ ଷ୍ଟାଟସ ପଠାଇବେ । ସାଧାରଣ ଲୋକ ଯେପରି ସ୍କିମ୍‌ଗୁଡିକର ପ୍ରଗତିକୁ ଦେଖିପାରିବେ ସେ ନେଇ ବ୍ୟବସ୍ଥା କରିବା ପାଇଁ ସବୁ ମନ୍ତ୍ରାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ଯୋଜନାର କାର୍ଯ୍ୟାନ୍ୱୟନ ସହ ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌କୁ ଅପ୍‌ଗ୍ରେଡ କରାଯିବ । ଏକ ଜାତୀୟ ଇ-ସର୍ଭିସ ଡେଲିଭରି ଆସେସ୍‌ମେଣ୍ଟର ଶୁଭାରମ୍ଭ କରିବା ପାଇଁ ଯୋଜନା କରାଯାଇଛି । ଅଫିସ ପ୍ରକ୍ରିୟାର ଏକ ନୂଆ ସେଣ୍ଟ୍ରାଲ ସେକ୍ରେଟେରିଏଟ୍‌ ଅଫିସ ମାନୁଆଲ ପ୍ରସ୍ତୁତ କରିବାର ଲକ୍ଷ୍ୟ ରହିଛି । ୧୦୦ ଦିନିଆ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଏହା ନିଶ୍ଚିତ କରିବା ଯେ ମୋଦି ୨.୦ ସରକାର ଯୋଜନାଗୁଡିକର କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେବାରେ ସମୟ ନଷ୍ଟ କରନ୍ତି ନାହିଁ । ଲୋକ ସଭା ନିର୍ବାଚନ ଚାଲିଥିବା ସମୟରେ ବି ଏ ନେଇ ପ୍ରସ୍ତୁତି ଚାଲିଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତି ବିଭାଗ ଏବଂ ମନ୍ତ୍ରାଳୟଗୁଡିକୁ ୧୦୦ ଦିନର ଯୋଜନା ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା ।