PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ମୋଦି ସରକାରଙ୍କ ନୂଆ ପ୍ଲାନ୍, ନିର୍ମାଣ ହେବ ୧୦୦ରୁ ଅଧିକ ଡିଜିଟାଲ୍ ଗାଁ

ନୁଆଦିଲ୍ଲୀ ୪/୬: ନବ ନିଯୁକ୍ତ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୋମବାର ୫ଜି ଇଣ୍ଟରନେଟ୍, ସ୍ପେକ୍ଟ୍ରମ ନିଲାମୀ, ସୋସିଆଲ ମିଡିଆ ସମ୍ବନ୍ଧୀୟ ଘୋଷଣା ସହିତ ଡିଜିଟାଲ ଗାଁ ନିର୍ମାଣ କରିବା କଥା ଉଠାଇଛନ୍ତି । ସେ କହିଛନ୍ତି ଯେ ଏକ ଲକ୍ଷ ଗାଁକୁ ଡିଜିଟାଲ ଗାଁ କରିବା ପାଇଁ କାମ ଆରମ୍ଭ କରାଯିବ । ଫେବୃୟାରୀରେ ଆଗତ ହୋଇଥିବା ଅନ୍ତରୀଣ ବଜେଟରେ ସରକାର ଏକ ଲକ୍ଷ ଗାଁକୁ ଡିଜିଟାଲ ଗାଁ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଡିଜିଟାଲ୍ ଗାଁ ଅନୁସାରେ ଗାଁକୁ ସବୁ ପ୍ରାକର ଡିଜିଟାଲ୍ ସୁବିଧା ରହିଥାଏ । ଏଥିରେ ବ୍ଯାକିଂ, ସ୍ୱାସ୍ଥ୍ଯ ସୁବିଧାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସୁବିଧା ସାମିଲ ଅଛି । ଏବେ ଦେଶରେ ୭୦୦ ଗାଁ ଡିଜିଟାଲ୍ ହୋଇସାରିଛି । ଯେଉଁଠି କମନ୍ ସର୍ଭିସ୍ ସେଣ୍ଟର ଜରିଆରେ ସବୁ ପ୍ରକାର ଡିଜିଟାଲ୍ ସୁବିଧା ଉପଲବ୍ଧ ଅଛି ।

ଏହା ବ୍ଯତୀତ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଆମେ ଚାଲୁ ବର୍ଷରେ ସ୍ପେକ୍ଟ୍ରମର ନିଲାମୀ କରିବୁ । ୧୦୦  ଦିନରେ ୫ଜି ପରୀକ୍ଷଣ, ୫ ଲକ୍ଷ ୱାଇଫାଇ ହଟ୍ ସ୍ପଟ୍ ଉପରେ ଖୁବ ଶୀଘ୍ର କାମ ଓ ଦୂରସଞ୍ଚାର ବିନିର୍ମାଣକୁ ବୃଦ୍ଧି କରିବା ପ୍ରାଥମିକ ମୁଦ୍ଦାରେ ସାମିଲ ଅଛି ।

୧୦୦ ଦିନରେ ଆରମ୍ଭ ହେବ ୫ଜିର ଟେଷ୍ଟିଂ
ରବିଶଙ୍କର ପ୍ରସାଦ କହିଛନ୍ତି ଯେ ୫ଜି ଓ ଅନ୍ଯ ବ୍ରାଣ୍ଡ ପାଇଁ ସ୍ପେକ୍ଟ୍ରମ ନିଲାମୀ ଚଳିତ ବର୍ଷ କରାଯିବ ଏବଂ ଆଗାମୀ ୧୦୦ ଦିନରେ ୫ଜିର ଟେଷ୍ଟିଂ ଆରମ୍ଭ କରିବା ଆମର ଲକ୍ଷ୍ୟ ରହିଛି । ଏହା ସହିତ ସଙ୍କଟରେ ଥିବା ବିଏସଏନଏଲକୁ ପୁନରୁଦ୍ଧାର କରାଯିବ । ଏହା ସରକାରଙ୍କ ପ୍ରାଥମିକତାରେ ସର୍ବପ୍ରଥମେ ରହିଛି । ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

କଲ୍ ଡ୍ରପ ସମସ୍ୟା ଉପରେ କାମ ହେବ
ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଏବେ କଲ୍ ଡ୍ରପ୍ ଓ ଇଣ୍ଟରନେଟ୍ ସ୍ପିଡ୍ ବଡ ସମସ୍ୟା ପାଲଟିଛି । କଲ୍ ଡ୍ରପ୍ ଯୋଗୁଁ ଲୋକଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଇଣ୍ଟରନେଟ୍ ସ୍ପିଡ୍ ମନ୍ଥର ଯୋଗୁଁ ମଧ୍ଯ ବିଭିନ୍ନ ସମସ୍ୟା ଦେଖାଯାଉଛି । ତେଣୁ ୫ଜି ଫଳରେ ଏହି ସମସ୍ୟାର ସମାଧାନ କରିବା ଉପରେ ଫୋକସ୍ କରାଯାଉଛି ।