PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

୧୦୦ ବର୍ଷର ବିଲୁପ୍ତ ମାଛ ପୁଣି ହେଲା ଜୀବିତ …ଆମେରିକାରେ ମିଳିଲା ବଡ଼ ସଫଳତା : ରିପୋର୍ଟ

ndtv.in

ନୂଆଦିଲ୍ଲୀ : ଏକ ଶତାବ୍ଦୀ ଧରି ଲୋପ ପାଇ ଯାଇ ଥିବା ମାଛର ଏକ ପ୍ରଜାତି ପୁଣି ପାଇଛି ଜୀବନ । ଏହାକୁ ଆମେରିକାର କୋଲୋରାଡୋରେ ପୁଣି ଥରେ ଦେଖିବାକୁ ମିଳିଛି। ନ୍ୟୁଜୱିକ୍‌ ର ଖବର ଅନୁସାରେ , ଏହି ମାଛ ଖନନରୁ ପ୍ରଦୁଷଣ , ଅଧିକ ମାଛ ଧରାଯିବା ଓ ଦ୍ୱିତୀୟ ପ୍ରଜାତି ସହ ପ୍ରତିସ୍ପର୍ଦ୍ଧା କାରଣରୁ ପୂରା ଶେଷ ହୋଇ ଯାଇଥିଲା। ଏହି ଗ୍ରୀନବ୍ୟାକ୍‌ କଟଥ୍ରୋଟ୍‌ ଟ୍ରାଉଟ୍‌ମାଛ ପ୍ରଜାତିକୁ ୧୯୩୦ ଦଶକରେ ସଂପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଥିବା କୁହାଯାଉ ଥିଲା।

ଉଲ୍ଲେଖନୀୟ ଯେ, ଏହି ମାଛ ପ୍ରାକୃତିକ ଭାବେ ପ୍ରଜନନ କରିଥାଏ। ଏହାକୁ ସାଉଥ୍‌ ପ୍ଲେଟେ ଡ୍ରେନେଜ୍‌ର ଐତିହାସିକ ପାଣିରେ ଆବିଷ୍କାର କରାଯାଇଥିଲା।  ଟ୍ୱିଟରରେ କୋଲୋରାଡୋ ପାର୍କ ଓ ୱାଇଡଲାଇଫ୍‌ ସାଉଥଇଷ୍ଟ କ୍ଷେତ୍ରର ଅଫିସିଆଲି ହ୍ୟାଣ୍ଡଲରୁ ଏକ ଥ୍ରେଡ୍‌ ପୋଷ୍ଟ କରାଯାଇଛି । ସୋମବାର ଏହି ମାଛକୁ ନେଇ ଅନେକ ପୋଷ୍ଟ କରାଯାଇଛି ।

ଉକ୍ତ ଟ୍ୱିଟରେ ଲେଖା ଯାଇଛି କି  “ @GovofCO ଏହି ଘୋଷଣା କରୁଛି କି  @COParksWildlifeର ଗ୍ରୀନବ୍ୟାକ୍‌ କଟଥ୍ରୋଟ ଟ୍ରାଉଟ୍‌ ନିଜର ପ୍ରାକୃତିକ ଘର ସାଉଥ୍‌ ପ୍ଲେଟ୍‌ ଡ୍ରେନେଜ୍‌ରେ ପ୍ରାକୃତିକ ଭାବେ ପ୍ରଜନନ କରୁଛି । ଗ୍ରୀନବ୍ୟାକ୍‌କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁପ୍ତ ହୋଇ ଯାଇଥିବା ମନେକରାଯାଉ ଥିଲା । ଏହା ୱାଇଲ୍ଡଲାଇଫ୍‌ କଞ୍ଜରଭେସନର ବଡ଼ ବିଜୟ” ।

କୋଲୋରାଡୋ ପାର୍କ ନ୍ୟୁଜୱିକ୍‌କୁ କହିଛି , ଏହା ଏକ ବହୁତ ବଡ଼ ଉପଲବ୍ଧି । ଗୋଟେ ଦଶକ ପର୍ଯ୍ୟନ୍ତ ଖୁବ୍‌ ଚେଷ୍ଟା କରିବା ପରେ ଲୋପ ପାଇଯାଇ ଥିବା ଏହି ପ୍ରଜାତିକୁ ବଞ୍ଚାଯାଇ ପାରିଛି ।

ସମ୍ବନ୍ଧିତ ଖବର