PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ବଜାରକୁ ପୁଣିଥରେ ଆସିବ କି ୧ ହଜାର ଟଙ୍କିଆ ନୋଟ୍ ? ଜାଣନ୍ତୁ କ’ଣ କହିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ୍…

ନୂଆଦିଲ୍ଲୀ: ବଜାରରେ ୨ ହଜାର ଟଙ୍କିଆ ନୋଟର ସର୍କ୍ୟୁଲେସନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ୨ ହଜାର ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ନୂଆ ୧ ହଜାର ଟଙ୍କିଆ ନୋଟ୍ ପୁଣିଥରେ ବଜାରକୁ ଆଣିବେ କି ସରକାର  ? ଏ ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ଯେ ୧ ହଜାର ଟଙ୍କିଆ ନୋଟ ପୁନଃ ଉତ୍ପାଦନ କରିବାର କୌଣସି ଯୋଜନା ନାହିଁ । ଏଥିସହ ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଲୋକମାନେ ଏଭଳି କିଛି ଆଶଙ୍କା କରୁଛନ୍ତି, କିନ୍ତୁ ସରକାରଙ୍କ ପାଖରେ ଏଭଳି କୌଣସି ଯୋଜନା ନାହିଁ ।

ଆରବିଆଇ ସୂଚନା ଦେଇ କହିଛି ଯେ, ନଭେମ୍ବର ୨୦୧୬ ରେ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେହି ସମୟରେ ବିମୁଦ୍ରୀକରଣ କରାଯିବା ପରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ବିମୁଦ୍ରୀକରଣ ପରେ ସରକାର ୨ହଜାର ଟଙ୍କିଆ ନୋଟ୍ ଜାରି କରିଥିଲେ, କିନ୍ତୁ ବର୍ତ୍ତମାନ ପୁଣି ଥରେ ଏହି ନୋଟକୁ ବ୍ୟବହାର ନକରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆରବିଆଇ କହିଛି ଯେ ସେହି ସମୟରେ ସିଷ୍ଟମରେ ୨ହଜାର ଟଙ୍କିଆ ନୋଟର ଆବଶ୍ୟକତା ଥିଲା । ବର୍ତ୍ତମାନ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଅନ୍ୟ ନୋଟ୍ ଉପଲବ୍ଧ ଅଛି ଏବଂ ୨ ହଜାର  ଟଙ୍କା ନୋଟ୍ ଆଣିବାର ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇଛି, ଯେଉଁ କାରଣରୁ ୨୦୧୮-୧୯ ମସିହାରେ ଏହାର ମୁଦ୍ରଣ ଉପରେ ରୋକ୍ ଲଗାଇଯାଇଥିଲା ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ କାହାକୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହା ବ୍ୟତୀତ ବ୍ୟାଙ୍କ ଗୁଡ଼ିକରେ ଭିଡ଼ କରିବାର କୌଣସି ଆବଶ୍ୟକତା ନାହିଁ । ଆପଣଙ୍କ ପାଖରେ  ୪ ମାସ ସମୟ ଅଛି, ଆପଣ ଏହି ନୋଟ୍ଗୁଡ଼ିକୁ ବ୍ୟାଙ୍କରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବିନିମୟ କରିପାରିବେ । ସେ କହିଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବାର ପ୍ରଭାବ ଅର୍ଥନୀତି ଉପରେ ବହୁତ କମ୍ ରହିବ । ୨ ହଜାର ଟଙ୍କା ନୋଟ୍ ହେଉଛି ମୋଟ ମୁଦ୍ରା ର ୧୦.୮ ପ୍ରତିଶତ । ଆମେ ଆଶା କରୁଛୁ ଯେ ୨୦୦୦ ନୋଟ ମଧ୍ୟରୁ ଅଧିକାଂଶ ୩୦ ସେପ୍ଟେମ୍ବର ସମୟ ସୀମା ସୁଦ୍ଧା ଫେରସ୍ତ ହେବ ।

ସମ୍ବନ୍ଧିତ ଖବର