PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଇଚ୍ଛା ପୂରଣ କଲେ ବୁଢ଼ି ମା’ : ୧୦୩ ବର୍ଷ ବୟସରେ ନିଜ ଶରୀରରେ ତିଆରି କଲେ ଟାଟୁ

ଇଚ୍ଛା କିମ୍ବା ଲକ୍ଷ୍ୟ ହାସଲ କରିବାର କୌଣସି ସମୟସୀମା ନାହିଁ । ଏହା ପ୍ରମାଣ କରିଛନ୍ତି ଜଣେ ୧୦୩ ବର୍ଷୀୟ ମହିଳା । ସେ ନିଜ ଶରୀରରେ ଟାଟୁ କରି ଇଚ୍ଛା ପୂରଣ କରିଛନ୍ତି । ଡୋରୋଥି ପୋଲାକ୍‌ ମାସ ମାସ ଧରି ମିଶିଗାନ ସ୍ଥିତ ମୁସ୍କେଗନ୍‌ର ଏକ ନର୍ସିଂହୋମ୍‌ରେ ଆଇସୋଲେସନ୍‌ରେ ରହି ହତୋତ୍ସାହିତ ମନେକରୁଥିଲେ । କୋଭିଡ୍‌-୧୯ ତାଙ୍କୁ ବନ୍ଦୀ ଘରେ ରଖିଦେଲା ବୋଲି ଡୋରୋଥିଙ୍କ ନାତୁଣି ଟେରେସା ଜାଭିଜ-ଜୋନ୍ସ କହିଛନ୍ତି ।

ନର୍ସିଂହୋମ୍‌ର ନର୍ସ ତାଙ୍କୁ କହିଲେ ଯେ ସେ ଅତିଶୟ ଭାବେ ଅବସାଦର ଶିକାର ହୋଇଛନ୍ତି । ତେଣୁ ତାଙ୍କୁ ଏଥିରୁ ଉଦ୍ଧାର କରିବା ବହୁତ ଜରୁରୀ । ପରିବାର ଲୋକେ ଡୋରୋଥିଙ୍କୁ ଦେଖିପାରୁନଥିଲେ । ତେଣୁ ତାଙ୍କ ଅବସ୍ଥା ବିଷୟରେ ସେମାନଙ୍କର କୌଣସି ଧାରଣା ନ ଥିଲା । ଡୋରୋଥିଙ୍କ ଶ୍ରବଣଶକ୍ତି ହ୍ରାସ ପାଇଥିବାରୁ ଫୋନ୍‌ରେ ମଧ୍ୟ କଥାବାର୍ତ୍ତା ସମ୍ଭବ ନ ଥିଲା । ଗତ ଜୁନ୍‌ ୧୬ ତାରିଖରେ ନର୍ସିଂହୋମ୍‌ରୁ ଡିସ୍‌ଚାର୍ଜ ହେବା ପରେ ଡୋରୋଥି ନିଜ ଦେହରେ ଟାଟୁ କରାଇଛନ୍ତି । ଏହା ଖୁବ୍‌ ଭଲ ଅନୁଭବ ବୋଲି ସେ କହିଛନ୍ତି ।

ଦୀର୍ଘ ବର୍ଷ ପୂର୍ବେ ସେ ଏକ ଟାଟୁ କରନ୍ତୁ ବୋଲି ତାଙ୍କ ନାତି ଚାହୁଁଥିଲେ । କିନ୍ତୁ ସେତେବେଳେ ସେ କରିନଥିଲେ । ଏବେ ସେ ନାତିଙ୍କ ଇଚ୍ଛା ପୂରଣ କରିଛନ୍ତି । ସେ ବେଙ୍ଗଙ୍କୁ ଖୁବ୍‌ ପସନ୍ଦ କରନ୍ତି । ତେଣୁ ଏକ ଟାଟୁ ପାର୍ଲର ଯାଇ ବେଙ୍ଗ ଟାଟୁ କରାଇଛନ୍ତି । ଟାଟୁ କରାଇଥିବା ରେ ରିଜନର୍‌ କହନ୍ତି, ତାଙ୍କ ପାଖରେ ଟାଟୁ କରାଇଥିବା ଗ୍ରାହକଙ୍କ ମଧ୍ୟରେ ଡୋରୋଥି ସବୁଠୁ ବୟସ୍କ । ଟାଟୁ ଆଙ୍କିବା ସମୟରେ ଡୋରୋଥି ଟିକିଏ ବି ଯନ୍ତ୍ରଣା ଅନୁଭବ କରିନଥିଲେ ବୋଲି ରିଜନର୍‌ କହିଛନ୍ତି । ଟାଟୁ କରାଇବା ପରେ ଡୋରୋଥି ନିଜ ମୋଟରସାଇକେଲରେ ବୁଲିବା ଇଚ୍ଛା ପୂରଣ କରିବାକୁ ନିଷ୍ପତ୍ତି ନେଲେ । ଡୋରୋଥିଙ୍କ ମୋଟରସାଇକେଲରେ ଭ୍ରମଣର ଫଟୋ ତାଙ୍କ ନାତୁଣି ସେୟାର କରିଛନ୍ତି ।