PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ମୁକୁଲ ରୟଙ୍କ ଦାବି: ପଦ୍ମ ଧରିବେ ପଶ୍ଚିମବଙ୍ଗର ୧୦୭ ବିଧାୟକ

କୋଲକାତା,୧୩ ।୭(ଏଜେନ୍ସି): ପଶ୍ଚିମବଙ୍ଗର ୧୦୭ ଜଣ ବିଧାୟକ ବିଜେପିରେ ସାମିଲ ହେବେ । ସେମାନେ ସମସ୍ତେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି), କଂଗ୍ରେସ ଓ ସିପିଏମ୍‌ ବିଧାୟକ ବୋଲି ବରିଷ୍ଠ ବିଜେପି ନେତା ମୁକୁଲ ରୟ ଦାବି କରିଛନ୍ତି । କୋଲକାତାଠାରେ ଆଜି ସାମ୍ବାଦିକଙ୍କୁ ସୂଚନା ଦେଇ ରୟ କହିଛନ୍ତି ଯେ ଏସବୁ ବିଧାୟକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେମାନେ ସମସ୍ତେ ବିଜେପି ନେତୃବର୍ଗଙ୍କ ସହ ଯୋଗାଯୋଗରେ ରହିଛନ୍ତି ଓ ସେମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ଜାରି ରହିଛି । ତେବେ ସେମାନଙ୍କ ମଧ୍ୟରେ କେଉଁ ଦଳର କେତେ ବିଧାୟକ ଅଛନ୍ତି ଓ ସେମାନେ କେବେ ବିଜେପିରେ ମିଶିବେ ସେହି ବିଷୟରେ ରୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି ।

ପଶ୍ଚିମବଙ୍ଗରେ ୨୦୧୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୨୯୫ ଆସନରୁ ଟିଏମ୍‌ସିକୁ ୨୧୧ଟି ମିଳିଥିଲା ବେଳେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା । ଏହା ବ୍ୟତୀତ କଂଗ୍ରେସକୁ ୪୪, ସିପିଏମ୍‌କୁ ୨୬ ଓ ସିପିଆଇକୁ ଗୋଟିଏ ଆସନ ମିଳିଥିଲା । କିନ୍ତୁ ଚଳିତବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ଘଟିଛି । ରାଜ୍ୟର ମୋଟ ୪୨ ଆସନରୁ ଟିଏମ୍‌ସି ୨୨ଟି ପାଇଥିଲା ବେଳେ ବିଜେପିକୁ ୧୮ଟି ଆସନ ଓ କଂଗ୍ରେସକୁ ୨ଟି ଆସନ ମିଳିଛି । ୨୦୧୪ରେ ଟିଏମ୍‌ସିକୁ ୩୪ ଲୋକସଭା ଆସନ ମିଳିଥିଲା । ଏଥର ଦଳକୁ ୧୨ଟି ଆସନ କମ୍‌ ମିଳିଛି । ସେହିଭଳି ଗତଥର ବିଜେପି ମାତ୍ର ୨ଟି ଆସନ ପାଇଥିଲା । ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜେପି ପ୍ରତି ଆକର୍ଷିତ ହୋଇ ୬ ଜଣ ବିଧାୟକ ଓ ୧୦୦ରୁ ଅଧିକ କାଉନସିଲର ଏହି ଦଳରେ ସାମିଲ ହୋଇସାରିଲେଣି । ଏହି ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ସୁନୀଲ ସିଂହ (ଟିଏମ୍‌ସି), ବିଶ୍ୱଜିତ ଦାସ (ଟିଏମ୍‌ସି), ଶୁଭ୍ରାଂଶୁ ରୟ (ଟିଏମ୍‌ସି), ତୁଷାରକାନ୍ତି ଭଟ୍ଟାଚାର୍ଯ୍ୟ (କଂଗ୍ରେସ), ମନିରୁଲ ଇସ୍‌ଲାମ (ଟିଏମ୍‌ସି) ଓ ଦେବନାଥ ରୟ (ସିପିଏମ୍‌) ।

ମୁକୁଲ ରୟ ମଧ୍ୟ ପୂର୍ବରୁ ଟିଏମ୍‌ସିରେ ଥିଲେ । ମାତ୍ର ୨୦୧୭ରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମତଭେଦ ଯୋଗୁ ସେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ପଶ୍ଚିମବଙ୍ଗରେ ବିଜେପିର ପ୍ରଭାବ ବୃଦ୍ଧି ପଛରେ ତାଙ୍କର ରଣନୀତି ହିଁ ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ଲୋକସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଭାରେ କହିଥିଲେ ଯେ ଟିଏମ୍‌ସିର ୪୦ ଜଣ ସାଂସଦ ବିଜେପି ସହ ସମ୍ପର୍କରେ ଅଛନ୍ତି । ସେମାନେ ଅଗାମୀ ଦିନରେ ଦଳ ଛାଡି ପଦ୍ମ ଧରିବେ । ଆଗାମୀ ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ବିଜେପି ଆଖି ପକାଇଛି । ରାଜ୍ୟରେ ୨୫୦ଟି ଆସନ ଦଖଲ କରିବାକୁ ବିଜେପି ଲକ୍ଷ୍ୟ ରଖିଛି ।