କୋଣାର୍କ,୧୪।୬: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ‘ସୂର୍ଯ୍ୟ ପ୍ରଣାମ’ ଅନୁଷ୍ଠିତ । କାର୍ଯ୍ୟକ୍ରମରେ ଅତିଥିଭାବେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଯୋଗଦେଇ ଉଦଘାଟନ କରିଛନ୍ତି ।
ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନରେ କୋଣାର୍କ ‘ସୂର୍ଯ୍ୟ ପ୍ରଣାମ’ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟମନ୍ଦିର ବେଢା ପରିସରରେ ସମୁହ ୧୦୮ ସୂର୍ଯ୍ୟ ପ୍ରଣାମ ଅଭ୍ୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗ ଦେଇ ସୂର୍ଯ୍ୟ ପ୍ରଣାମ କରିଛନ୍ତି । ଅନ୍ୟମାନଙ୍କ ଭିତରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଏଏସଆଇ ସର୍କଲ ସୁପରିଟେଣ୍ଡେଟ ଡ. ମିଥୁନ ଚାଓଲେ, ପର୍ଯ୍ୟଟନ ସହ-ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, କୋଣାର୍କ ଯାତ୍ରୀନିବାସ ପରିଚାଳକ ବାପି ରଞ୍ଜନ ସାହୁ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଗସ୍ତରେ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
ଅଧିକ ପଢନ୍ତୁ- Bus Accident: ରଜରେ ଅଘଟଣ, ସୋରରେ ଭାରସାମ୍ୟ ହରାଇ ଓଲଟିଲା ବସ୍, ଜଣେ ମୃତ, ୨୦ ଆହତ