ସୋର, ୧୪/୦୬: ପହିଲି ରଜରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଜଣେ ଯାତ୍ରୀ ମୃତ, ୨୦ ଆହତ । ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ବିଦୁ ଠାରେ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ।
ସୂଚନା ଅନୁଯାୟୀ, ଶ୍ରୀ ଲକ୍ଷ୍ମୀ ନାମକ ଘରୋଇ ବସରେ ତୀର୍ଥଯାତ୍ରୀ ମାନେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ରୁ କୋଲକାତା ବୁଲିବାକୁ ଯାଇଥିଲେ । କୋଲକାତାରୁ ପୁରୀ ଫେରୁଥିବା ବେଳେ ସୋରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଭାରସାମ୍ୟ ହରାଇ ବସଟି ଡିଭାଡରରେ ପିଟି ହୋଇଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍ ରେ ୫୩ ଜଣ ତୀର୍ଥ ଯାତ୍ରୀ ଥିଲେ l
ଅଧିକ ପଢନ୍ତୁ- Monsoon Update: ମୌସୁମୀ ଆସିଲା, କିନ୍ତୁ ବର୍ଷା ଦେଖାନାହିଁ, ଯେଉଁଠି ଛୁଇଁଲା, ସେଠାରେ ୪୦ ଡିଗ୍ରୀ ତାତି