ନୂଆଦିଲ୍ଲୀ: ଅଭିଷେକ ବାନାର୍ଜୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବାପରେ ଦଳର ସବୁଠାରୁ ବଡ଼ ପାଓ୍ବାରଫୁଲ ନେତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ହେବାରେ ଲାଗିଛି । କେତେବେଳେ ଦଳୀୟ ନେତା ପରାଜୟର ମୁଖ୍ୟ କାରଣ ଅଭିଷେକ କହୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଆକ୍ରୋଶର ହୋଇଛନ୍ତି ଶିକାର । ସରକାର ଯିବାର ଦି ମାସ ଭିତରେ ଏଭଳି ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ମମତାଙ୍କ ପୁତୁରା । ପୂର୍ବରୁ ଇଡି ମଧ୍ୟ ପଚରାଉଚରା କରିସାରିଛି । ଆଉ ଏବେ ପୁଣି ଅଭିଷେକଙ୍କ ନାମରେ ଏକ ଅଭିଯୋଗ ଦାଖଲ ହୋଇଛି । ଯାହାକି ଦିଦିଙ୍କ ଚିନ୍ତାକୁ ଆହୁରି ବଢ଼ାଇବାରେ ଲାଗିଛି ।
ପଶ୍ଚିମବଙ୍ଗର ସିଲିଗୁଡ଼ି ସାଇବର ପୁଲିସ ଷ୍ଟେସନରେ ଅଭିଷେକଙ୍କ ନାମରେ ଏକ ଅଭିଯୋଗ ଦାଖଲ କରାଯାଇଛି । ନିର୍ବାଚନ ସମୟରେ ଉତ୍ତେଜନାମୂଳକ ବକ୍ତବ୍ୟ ଦେଇଥିବା ଅଭିଯୋଗରେ କରାଯାଇଛି । ତେବେ ଜଣେ ବ୍ୟବସାୟୀ ଅଭିଷେକଙ୍କ ନାମରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବ୍ୟବସାୟୀ ଜଣକ କହିଛନ୍ତି ନିର୍ବାଚନ ସମୟରେ ଅଭିଷେକଙ୍କ ବକ୍ତବ୍ୟ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଏହା ନିର୍ବାଚନ ପରିବେଶକୁ ବିପର୍ଯ୍ୟସ୍ତ କରିଥିଲା ।
ତେବେ କୁହାଯାଇଛି କି, ନିର୍ବାଚନ ସମୟରେ ଅଭିଷେକ ଦେଇଥିବା ବହୁ ପ୍ରତିକ୍ରିୟା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯାହାଦ୍ବାରା ଉତ୍ତେଜନା ପୂର୍ଣ୍ଣ ଥିବା କହି ଅଭିଯୋଗ ହୋଇଛି । ଏହା ପୂର୍ବରୁ ମଧ୍ୟ ଅଭିଷେକଙ୍କ ନାମରେ ଏଭଳି ମାମଲା ରୁଜୁ କରାଯାଇଛି । ଅଭିଯୋଗକାରୀ କହିଛନ୍ତି କି, ଅଭିଷେକଙ୍କ ମନ୍ତବ୍ୟ ଭୟଭୀତ ଏବଂ ଗଣତନ୍ତ୍ର ପାଇଁ ଚିନ୍ତାର କାରଣ ଥିଲା । ସେ ଜନସଭା ଏବଂ ରାଲି ସମୟରେ ମଧ୍ୟ ଏଭଳି କିଛି ପ୍ରତିକ୍ରିୟା ରଖିଥିବା ପ୍ରକାଶ କରାଯାଇଛି ।
ଏହାସହ ପଢ଼ନ୍ତୁ : Tej Pratap Yadav Reaction: ପବନ ସିଂହଙ୍କ ମନ୍ତ୍ରୀ ହେବା ଚର୍ଚ୍ଚା, ଏମିତି କହିଲେ ତେଜପ୍ରତାପ