PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ବିଭିନ୍ନ ସ୍ଥାନରେ ମୟୂରଭଞ୍ଜ ପୋଲିସର ଚଢାଉ, ୧ ଲକ୍ଷ ୮୭୦୦ ଟଙ୍କା ଫାଇନ୍ ଆଦାୟ

ବାରିପଦା, ୨୦/୦୩ : ମୋଟର ଯାନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧ ଲକ୍ଷ ୮ ହଜାର ୭୦୦ ଟଙ୍କା ଫାଇନ୍ ଆଦାୟ କଲା ମୟୂରଭଞ୍ଜ ପୋଲିସ। ଏହା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ୮ଟି ଅବକାରୀ ମାମଲା ରୁଜୁ କରିବା ସହ ଜଣେ ନିଶାଶକ୍ତ ଡ୍ରାଇଭରଙ୍କୁ ଗିରଫ କରିଛି। ଏତଦ୍ ବ୍ୟତୀତ ବେପରୁଆ ଗାଡି ଚାଳନା ପାଇଁ ୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଏନେଇ ମୟୂରଭଞ୍ଜ ପୋଲିସ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ସହାୟତା ପାଇଁ ମୟୂରଭଞ୍ଜ ପୋଲିସ ୨ଟି ନମ୍ଵର ଜାରି କରିଛି। ପୋଲିସକୁ ଯୋଗାଯୋଗ କରିବାକୁ 06792-252647 ଲ୍ୟାଣ୍ଡ ଲାଇନ ନମ୍ବର କିମ୍ବା 112 ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି।