୧୧ ସହର ୪୦ ଟପିଲା, ହୀରାକୁଦ ସବୁଠୁ ଉତ୍ତପ୍ତ ସହର

source;ollywoodlife.com
ଭୁବନେଶ୍ୱର ୧୦/୬: ପିଛା ଛାଡୁନି ତାତି । ଆଜି ପୁଣି ରାଜ୍ଯର ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ୪୪.୮ ଡିଗ୍ରୀ ସହ ହୀରାକୁଦ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ୪୪.୬ ଡିଗ୍ରୀ, ଟିଟିଲାଗଡରେ ୪୩.୬ ଡିଗ୍ରୀ, ଝାରସୁଗୁଡା ୪୩.୨, ବଲାଙ୍ଗିର ୪୨.୫, ସୋନପୁର ୪୧.୮, ଅନୁଗୁଳ ୪୧.୧, ତାଳଚେର ୪୦.୫, ଫୁଲବାଣୀ ୪୦.୪, ଭବାନୀପାଟଣା ୪୦.୨, ସୁନ୍ଦରଗଡରେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ସୋମବାର ଭୁବନେଶ୍ୱରରେ ୩୭.୮ ଡିଗ୍ରୀ ଓ କଟକରେ ୩୭.୪ ଡିଗ୍ରୀ ତାପମାତ୍ରା ରହିଛି । ଦେଖନ୍ତୁ ତାଲିକା…
