ବ୍ରହ୍ମପୁର, ୧/୧୧ : ବ୍ରହ୍ମପୁର ଗୋସାଇଁ ନୂଆଗାଁ ଓମ୍ ବିହାର ସାଇ ବାବା ମନ୍ଦିର ନିକଟରୁ ବିରାଟ ଅଜଗର ଉଦ୍ଧାର। ଶୁକ୍ରବାର ବିଳମ୍ବିତ ରାତିରେ ସ୍ନେକ୍ ହେଲ୍ପ ଲାଇନ୍ ଏକ ୧୧ ଫୁଟର ଅଜଗର ସାପ ଉଦ୍ଧାର କରିଛି। ଏହାପରେ ବନ ବିଭାଗକୁ ହସ୍ତାନ୍ତର କରିଛି। 

ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଓମ୍ ବିହାରର ପ୍ରମୋଦ ବେହେରାଙ୍କ ଘର ଗ୍ରିଲ ଆଗରେ ଏକ ବିରାଟ ଅଜଗର ବୁଲୁଥିବା ପରିବାର ଲୋକେ ଦେଖିଥିଲେ। ସାପକୁ ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ଏହାପରେ ସ୍ଥାନୀୟ ସଦସ୍ୟ ତ୍ରିଲୋଚନ ନାୟକ ସେଠାରେ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ଵ ୧୧ ଫୁଟ ରହିଛି। ବନପାଳ ସୋମନାଥ ମଲ୍ଲିକ ଓ ବନରକ୍ଷୀ ଅଶ୍ଵିନୀ ନାୟକଙ୍କ ଉପସ୍ଥିତିରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି। ଏନେଇ ସ୍ନେକ୍ ହେଲ୍ପ ଲାଇନ ସଂଯୋଜକ ସ୍ବାଧିନ କୁମାର ସାହୁ ସୂଚନା ଦେଇଛନ୍ତି।