PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ପାକିସ୍ତାନରେ ମାଗଣା ରାସନ ବଣ୍ଟନ ସମୟରେ ଅଘଟଣ, ଦଳାଚକଟାରେ ମହିଳା ଏବଂ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ପାକିସ୍ତାନରେ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ସାଧାରଣ ଭୋକରେ ମରିବାକୁ ଯାଉଛନ୍ତି । ଓଳିଏ ଖାଇବା ପାଇଁ ଲୋକମାନେ ଏଣେ ତେଣେ ବୁଲୁଛନ୍ତି । ଆଜି (ଶୁକ୍ରବାର) ପାକିସ୍ତାନର କରାଚି ସହରରେ ଏକ ମାଗଣା ରାସନ ବଣ୍ଟନ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି । ପାକିସ୍ତାନର ଏକ୍ସପ୍ରେସ ନ୍ୟୁଜ୍ ରିପୋର୍ଟ କରିଛି ଯେ ରାସନ ବଣ୍ଟନ କେନ୍ଦ୍ରରେ ଅନେକ ଭିଡ ଜମିଥିଲା । ଏଥିପାଇଁ ସେଠାରେ ଦଳାଚକଟା ମଧ୍ୟ ହୋଇଥିଲା । ଏହା ଦ୍ବାରା ଏଭଳି ଏକ ବଡ ଦୁର୍ଘଟଣା ଘଟିଛି ।

ରିପୋର୍ଟ ଅନୁଯାୟୀ, ଏହି ଘଟଣା କରାଚିର SITE (ସିନ୍ଧ ଇଣ୍ଡଷ୍ଟ୍ରିଆଲ୍ ଟ୍ରେଡିଂ ଇଷ୍ଟେଟ୍) ଅଞ୍ଚଳରେ ଘଟିଛି । ପାକିସ୍ତାନୀ ସରକାର ଏକ ମାଗଣା ରାସନ ବଣ୍ଟନ ଅଭିଯାନ ଆରମ୍ଭ କରିବା ପରେ କରାଚିରେ ଥିବା ଏକ ସରକାରୀ ବିତରଣ କେନ୍ଦ୍ରକୁ ବହୁ ଲୋକ ଆସିବା ପରେ ମୃତ୍ୟୁ ଓ ଆହତ ହୋଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ପାକିସ୍ତାନର ପଂଜାବ ପ୍ରଦେଶରେ ଏକ ସରକାରୀ ମାଗଣା ରାସନ ବଣ୍ଟନ ଅଭିଯାନ ସମୟରେ ଚାରିଜଣ ବୃଦ୍ଧ ଲୋକ ସମାନ ଧରଣର ଅଘଟଣରେ ପ୍ରାଣ ହରାଇଥିଲେ ।

ଆଜିର ଘଟଣା ବ୍ୟତୀତ ପାକିସ୍ତାନର ଅନ୍ୟ ପ୍ରଦେଶରେ ଗତ ସପ୍ତାହରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ କହିଛି ଯେ ଟ୍ରକ୍ ଏବଂ ବିତରଣ କେନ୍ଦ୍ରରୁ ହଜାର ହଜାର ଅଖା ରାସନ ମଧ୍ୟ ଲୁଟ୍ ହୋଇଛି ।